ଆଜକୁ ୧୮ ମାସ ତଳେ ଲୋକଙ୍କ ଢେଲା ପଥର ମାଡ଼ରେ ଲହୁ ଲୁହାଣ ହୋଇ ପଡ଼ିଥିଲା କୁକୁରଟିଏ । ମରିଗଲା ବୋଲି ଭାବିନେଇ ରାସ୍ତା କଡ଼ରେ ଫିଙ୍ଗି ଦିଆଯାଇଥିଲା । କୁକୁରଟି ଛୋଟ ଥିଲା । ଉଦ୍ଧାର କରାଯାଇ ତାକୁ ପଶ୍ଚିମବଙ୍ଗ ପୁଲିସର ପ୍ରଶିକ୍ଷଣ କେନ୍ଦ୍ରକୁ ଅଣାଯାଇଥିଲା ।
ପୁଲିସ ଏକାଡ଼େମୀରେ ସାଧାରଣତଃ ପ୍ରଶିକ୍ଷକମାନେ ଜର୍ମାନ ସେଫାର୍ଡ଼, ଲାବ୍ରାଡ଼ର ଆଦି ଉଚ୍ଚ ପ୍ରଜାତିର କୁକୁରଙ୍କୁ ତାଲିମ ଦେଇଥାନ୍ତି । ଏହି ଆହତ ଦେଶୀ କୁକୁରଟିର ଚିକିତ୍ସା ପରେ ତାକୁ ତାଲିମ ପାଇଁ ବାଛି ଥିଲେ ପ୍ରଶିକ୍ଷଣ କେନ୍ଦ୍ରର ମୁଖ୍ୟ ସଜଳ ମଣ୍ଡଳ ।
କୁକୁରଟିର ନାମ ଆଶା ରଖାଗଲା । ତାକୁ କଠୋର ତାଲିମ ମାନ ଦିଆଗଲା । ଭୟଙ୍କର ବିସ୍ପୋରକ ସହିତ ନିଶା ଦ୍ରବ୍ୟ ସନ୍ଧାନରେ ଆଶା ସିଦ୍ଧହସ୍ତ ହୋଇଗଲା । ଦୃଢ ଦୌଡ଼ ସାଙ୍ଗକୁ ତ୍ୱରିତ ସନ୍ଧାନରେ ଆଶା ପୋଲିସର ଏକାନ୍ତ ବିଶ୍ୱସନୀୟ ସହଯୋଗୀ ପାଲଟିଗଲା । ଚଳିତ ଟ୍ରେନିଂରେ ଆଶା ସବୁଠୁ ଦୃତ ଗତିର କୁକୁର ଭାବେ ସମ୍ମାନ ପାଇଛି ।
10/03/2019