Bikash Khabar
ଓୟୁଏଟି ଛାତ୍ର ପାଳିଲେ ନିଆରା ଜନ୍ମ ଦିନ: ଅସହାୟ ରୋଗୀଙ୍କୁ ବାଣ୍ଟିଲେ କମ୍ବଳ, ଗାମୁଛା ଓ ଫଳ

 ସେବା ପାଇଁ ଅର୍ଥ ନୁହେଁ ବରଂ ସୁନ୍ଦର ଏକ ମନ ଓ ଦୃଢ ଇଚ୍ଛାଶକ୍ତି ଆବଶ୍ୟକ । ଏପରି କରି ଚର୍ଚ୍ଚାକୁ ଆସିଛନ୍ତି ସ୍ମାର୍ଟନଗରୀ ଭୁବନେଶ୍ୱରର ଦୁଇ ଛାତ୍ର । ସହରରେ ପାର୍ଟି, ଫଙ୍କସନ, ଡ଼ିଜେ, ଡ଼୍ୟାନ୍ସ ଓ କେକ୍ କଟା ଜରିଆରେ ଜନ୍ମଦିନ ପାଳନ କରାଯିବା ପରମ୍ପରାରୁ ବାହାରି ଏହି ଦୁଇଛାତ୍ର ଅସହାୟ ମୁମୁର୍ଷୁ ରୋଗୀଙ୍କ ଗହଣରେ କିଛିକ୍ଷଣ ବିତାଇ ଜନ୍ମଦିନରେ ସ୍ମୃତିକୁ ଉଜ୍ଜୀବିତ କରାଇଛନ୍ତି । ଏହି ଦୁଇଛାତ୍ର ହେଉଛନ୍ତି ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ବିଭୂତି ଭୂଷଣ ମହାପାତ୍ର ଏବଂ ପ୍ରୀତିଶ କୁମାର ମିଶ୍ର । ଦୁହେଁ ନିଜର ଜନ୍ମଦିନକୁ ଅସହାୟ ଓ ନିରାଶ୍ରୟ ରୋଗୀଙ୍କ ଗହଣରେ ପାଳନ କରିଛନ୍ତି । ଭୁବନେଶ୍ୱର ୟୁନିଟ-୬ ସ୍ଥିତ କ୍ୟାପିଟାଲ ହସ୍ପିଟାଲର ସଂକ୍ରାମକ ବିଭାଗରେ ଚିକିତ୍ସିତ ହେଉଥିବା ଅସହାୟ ଓ ନିରାଶ୍ରୟ ରୋଗୀମାନଙ୍କୁ ଏହି ଅବସରରେ କମ୍ବଳ, ବିସ୍କୁଟ, ସେଓ, କଦଳୀ ଇତ୍ୟାଦି ବଣ୍ଟନ କରାଯାଇଥିଲା ।
ସୂଚନା ଯୋଗ୍ୟ ଯେ ଓୟୁଏଟିର ପୂର୍ବତନ କ୍ରୀଡ଼ା ଅଧିକାରୀ ଗୋପୀମୋହନ ପଟ୍ଟନାୟକ ଜନ୍ମଦିନ ଓ ବିବାହ ବାର୍ଷିକୀକୁ ସ୍ମରଣୀୟ କରିବା ପାଇଁ ଏଭଳି କାର୍ଯ୍ୟକ୍ରମ ପାଇଁ ପ୍ରବର୍ତ୍ତନା ଦେଇଥାନ୍ତି । ଗୋପୀମୋହନଙ୍କ ପ୍ରେରଣା ଓ ପ୍ରବର୍ତ୍ତନା ଆମକୁ ଏଭଳି ଏକ ମହତ୍ କାମ ପାଇଁ ଉତ୍ସାହ ଭରି ଦେଇଥିଲା ବୋଲି ଉଭୟ ବିଭୂତି ଓ ପ୍ରୀତିଶ କହିଥିଲେ । ଅସହାୟ ରୋଗୀମାନଙ୍କ ସହ ଜନ୍ମଦିନ ପାଳନର ଏହି ନିଆରା କାର୍ଯ୍ୟକ୍ରମରେ ସାମାଜିକ କର୍ମୀ ସୁଶାନ୍ତ ସାହୁ, ତ୍ରିଲୋଚନ ବେଉରା, ବିଶ୍ୱବିଦ୍ୟାଳୟର ଛାତ୍ର ବସନ୍ତ ସାମଲ, ସୌମ୍ୟରଞ୍ଜନ ସ୍ୱାଇଁ, ସିଦ୍ଧାର୍ଥ ଶଙ୍କର ଦାସ, ସଞ୍ଜିବ କୁମାର ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ । 
 

27/10/2018

Leave a Reply

Your email address will not be published. Required fields are marked *

Comments