Bikash Khabar
ଉଦାହରଣ ସାଜିଲେ ଛାତ୍ରଛାତ୍ରୀ, ଦଶହରା ଛୁଟିରେ ତିଆରି କଲେ ଗାଁ ରାସ୍ତା

ଅଧିକାଂଶ ଛାତ୍ରଛାତ୍ରୀ ପୂଜା ଛୁଟିରେ ମଜା ମଜଲିସ ଓ ବୁଲାବୁଲିରେ ବ୍ୟସ୍ତ ଥିବାବେଳେ ମାଲକାନାଗିରି ଜିଲ୍ଲା ଦୁର୍ଗମ କୋରୁକୋଣ୍ଡା ବ୍ଲକ ଦୁଦମେଟା ଗ୍ରାମ ପଂଚାୟତର ଦୁତେଲଗୁଡ଼ା ଗ୍ରାମର ୫୦ରୁ ଅଧିକ ଛାତ୍ର ଏକାଠି ହୋଇ ଗାଁ ପାଇଁ ସଡ଼କଟିଏ ତିଆରି କରିପାରିଛନ୍ତି ।
ଏହି ଗାଁରେ ୩୫୦ ଲୋକ ରହନ୍ତି । ହେଲେ ଗାଁ ରାସ୍ତା କଥା ନ କହିଲେ ଭଲ । କେଉଁଠି ଖାଲ ଖମାତ କେଉଁଠି ମାଡ଼ି ଯାଇଛି ଅରମା ଲଟା । ଅସୁବିଧା ସମୟରେ ଗାଁ ଭିତରକୁ ଆମ୍ବୁଲାନ୍ସଟିଏ ବି ପହଂଚି ପାରେନାହିଁ । ସଡ଼କରୁ ନେଇ ଚିନ୍ତିତ ଗ୍ରାମବାସୀଙ୍କର ସମସ୍ୟା ଯେତେବେଳେ ସରକାର ଶୁଣିଲେନି ସେତେବେଳେ ସ୍କୁଲ ଛାତ୍ରଛାତ୍ରୀମାନେ ପୂଜା ଛୁଟିରେ ଏହାକୁ ସଫଳ ପାଇଁ ଅଣ୍ଟା ଭିଡ଼ିଲେ ।
ଶ୍ରମଦାନରେ ଆରମ୍ଭ ହେଲା ୪କିମି ଲମ୍ବା ଏହି ଭଙ୍ଗା ସଡ଼କର ମରାମତି କାମ । କୋୟାଗୁଡ଼ା ଠାରୁ ଦୁତେଲଗୁଡ଼ା ପର୍ଯ୍ୟନ୍ତ କାମର ନେତୃତ୍ୱ ନେଲେ ସମରା ଗୋଲରୀ, ବଗୁରବନ ହନ୍ତାଳ, ବିଷ୍ଣୁ ପାଙ୍ଗି, ମାଧବ ପାଙ୍ଗି, ଫୁଲମତୀ ପାଙ୍ଗିଙ୍କ ପରି ବିଦ୍ୟାର୍ଥିମାନେ । ପିଲାଙ୍କ ଶ୍ରମଦାନରେ ଏବେ ଗାଁ ରାସ୍ତା ନିର୍ମାଣ ସମ୍ଭବ ହୋଇପାରିଛି । ଆଗକୁ ଏଥିରେ ଆମ୍ବୁଲାନ୍ସ ଗଡ଼ି ପାରିବ ବୋଲି ଗ୍ରାମବାସୀ ଆଶା ପ୍ରକଟ କରିଛନ୍ତି । 
 

22/10/2018

Leave a Reply

Your email address will not be published. Required fields are marked *

Comments