Bikash Khabar
ବାଜି ରାଉତଙ୍କ ଉପରେ ସିନେମା କରୁଛନ୍ତି ଛାତ୍ରଛାତ୍ରୀ

ରେଭେନ୍ସା ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନେ ପ୍ରସ୍ତୁତ କରୁଛନ୍ତି ଏକ ନିଆରା ସିନେମା । ଏଥିରେ ଓଡ଼ିଶାର ବୀର ବାଳକ ବାଜି ରାଉତଙ୍କ ଆତ୍ମବଳିଦାନ ପ୍ରସଙ୍ଗକୁ ଚିତ୍ରାୟିତ କରାଯିବ । ସ୍ୱାଧିନତା ସଂଗ୍ରାମରେ ଦେଶର ସବୁଠୁ କନିଷ୍ଠ ଏହି ସହୀଦଙ୍କୁ ସାରା ଦେଶବାସୀଙ୍କ ନିକଟରେ ଉପସ୍ଥାପିତ କରିବା ପାଇଁ ବିଦ୍ୟାର୍ଥିମାନେ ଏଭଳି ଏକ ପ୍ରୟାସ ହାତକୁ ନେଇଛନ୍ତି ।
ଢେଙ୍କାନାଳ ଜିଲ୍ଲାର ୧୨ ବର୍ଷର ଏହି ବାଳକଙ୍କୁ ବ୍ରିଟିଶ ବାହିନୀ ଗୁଳି କରି ହତ୍ୟା କରିଥିଲେ । ଅକ୍ଟୋବର ୧୧, ୧୯୩୮ ରାତିରେ ବାଜି ବ୍ରାହ୍ମଣୀ ନଦୀ ଘାଟରେ ବ୍ରିଟିଶ ସେନାଙ୍କୁ ଡ଼ଙ୍ଗା ପାରି କରିନଦେବେ କହିବା ପରେ ଦୁର୍ଦ୍ଦଶ ବ୍ରିଟିଶ ଏପରି ପଦକ୍ଷେପ ନେଇଥିଲେ । ବାଜି ରାଉତ ଭାରତର କନିଷ୍ଠ ମୁକ୍ତି ସଂଗ୍ରାମୀ ନାମରେ ଏହି ସିନେମାଟି ପ୍ରସ୍ତୁତ କରାଯାଉଛି । ୩୦ ମିନିଟର ଏହି ସିନେମା ଅତୀତର ସ୍କୃତି ରୋମନ୍ଥନ ଦିଗରେ ଯୁବାବର୍ଗଙ୍କ ସଂପୃକ୍ତିର ଏକ ବଳିଷ୍ଠ ଉଦାହରଣ ହେବ ବୋଲି ଇତିହାସ ବିଭାଗର ପ୍ରଫେସର ଚଣ୍ଡି ପ୍ରସାଦ ନନ୍ଦ କହିଛନ୍ତି । 
 

15/09/2018

Leave a Reply

Your email address will not be published. Required fields are marked *

Comments