Bikash Khabar
ଚଳିତ ମାସ ସୁଦ୍ଧା ସବୁ ଜିଲ୍ଲାରେ ଆରମ୍ଭ ହେବ ଷ୍ଟୁଡ଼େଣ୍ଟ ପୋଲିସ କ୍ୟାଡ଼େଟ

ଜାତୀୟ ସମର ଶିକ୍ଷାର୍ଥି ବାହିନୀ (ଏନସିସି) ପରି ରାଜ୍ୟରେ ଆରମ୍ଭ ହେବ ଷ୍ଟୁଡ଼େଣ୍ଟ ପୋଲିସ କ୍ୟାଡ଼େଟ । ଏଥିରେ ଅଂଶଗ୍ରହଣକାରୀ ବିଦ୍ୟାର୍ଥିମାନଙ୍କୁ ସ୍ୱତନ୍ତ୍ର ପ୍ରଶିକ୍ଷଣ ଦିଆଯିବ । ଚଳିତ ମାସ ଶେଷ ସୁଦ୍ଧା ଏହି ବ୍ୟବସ୍ଥା ସମସ୍ତ ଜିଲ୍ଲାରେ ଆରମ୍ଭ ହେବ । କ୍ୟାପିଟାଲ ହାଇସ୍କୁଲରୁ ଏହି ଯୋଜନାର ଶୁଭାରମ୍ଭ ହେବାକୁ ଯାଉଛି । ଥାନା ଅଧିକାରୀମାନଙ୍କୁ ନିଜ ନିଜ ଅଂଚଳର ସ୍କୁଲମାନଙ୍କ ସହ ଯୋଗାଯୋଗ କରିବାକୁ କୁହାଯାଇଛି । ଷ୍ଟୁଡ଼େଣ୍ଟ ପୋଲିସ କ୍ୟାଡ଼େଟର କାର୍ଯ୍ୟଧାରାକୁ ନେଇ ଏକ ପୁସ୍ତିକା ପ୍ରସ୍ତୁତି କରି ବିଦ୍ୟାଳୟର ମୁଖ୍ୟଙ୍କୁ ପ୍ରଦାନ କରାଯିବ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶା ପୋଲିସର ଏହି ଯୋଜନାକୁ ସ୍ୱିକୃତି ଦେଇଛନ୍ତି । ସମସ୍ତ ଥାନା ଗୁଡ଼ିକୁ ଏଭଳି ଏକ ବ୍ୟବସ୍ଥା ସମ୍ପର୍କରେ ସୂଚନା ପ୍ରଦାନ କରାଯାଇଛି । ଏହି ବ୍ୟବସ୍ଥା ଦ୍ୱାରା ବିଦ୍ୟାର୍ଥିମାନେ ପୋଲିସର ଭୂମିକା, ଦାୟିତ୍ୱ ଓ କର୍ତ୍ତବ୍ୟ ପରାୟଣତା ବିଷୟରେ ଜ୍ଞାନ ଲାଭ କରିପାରିବା ସହିତ ପବ୍ଲିକ ଓ ପୋଲିସ ମଧ୍ୟରେ ସଂପର୍କରେ ଉନ୍ନତି ଘଟିବ । 
 

12/12/2018

Leave a Reply

Your email address will not be published. Required fields are marked *

Comments