Bikash Khabar
ଆଉ ୧୦ ସହରରେ ମୂତୟନ ହେବେ ଷ୍ଟୁଡ଼େଣ୍ଟ ଟ୍ରାଫିକ ଭଲ୍ୟୁଣ୍ଟିୟର

ଭୁବନେଶ୍ୱର ଓ କଟକରେ ସଫଳ ହେବା ପରେ ଖୁବ୍ ଶିଘ୍ର ରାଜ୍ୟର ଆଉ ୧୦ଟି ସହରରେ କାର୍ଯ୍ୟକାରୀ ହେବ ଷ୍ଟୁଡ଼େଣ୍ଟ ଟ୍ରାଫିକ ଭଲ୍ୟୁଣ୍ଟିୟର ଯୋଜନା । ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର, ବାଲେଶ୍ୱର, ଅନୁଗୋଳ, ଢେଙ୍କାନାଳ, କୋରାପୁଟ, ପୁରୀ, କେନ୍ଦୁଝର ଓ ଖୋର୍ଦ୍ଧା ସହରରେ ଏହି ଯୋଜନା କାର୍ଯ୍ୟକାରୀ କରିବା ପାଇଁ ଓଡ଼ିଶା ପୋଲିସ ପକ୍ଷରୁ ସମସ୍ତ ପ୍ରକ୍ରିୟା ଶେଷ ହୋଇଛି ।

ଗୃହ ବିଭାଗର ସ୍ୱିକୃତି ମିଳିବା ପରେ ସ୍ୱିକୃତି ମିଳିବା ପରେ ସଂପୃକ୍ତ ଜିଲ୍ଲାର ଏସପିମାନଙ୍କୁ ସୂଚନା ଦିଆଯାଇଥିବା ବୁଧବାର କ୍ରାଇମବ୍ରାଂଚ ଅତିରିକ୍ତ ଡ଼ିଜି ସନ୍ତୋଷ ଉପାଧ୍ୟାୟ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ସଡ଼କ ଦୁର୍ଘଟଣା ରୋକିବା ସହ ଜନସାଧାରଣଙ୍କୁ ସଚେତନ କରିବା ପାଇଁ ଏହି ଯୋଜନା ଆରମ୍ଭ କରାଯାଇଛି । ଏହି ଯୋଜନାରେ ସଂପୃକ୍ତ ଛାତ୍ରଛାତ୍ରୀଙ୍କୁ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି । ସେମାନଙ୍କୁ ସ୍ୱତନ୍ତ୍ର ପୋଷାକ ଯୋଗାଇ ଦିଆଯାଇଛି । 
 

13/12/2018

Leave a Reply

Your email address will not be published. Required fields are marked *

Comments