Bikash Khabar
ନାସାର କ୍ୟାଲେଣ୍ଡରରେ ସ୍ଥାନ ପାଇଲା ତାମିଲନାଡ଼ୁ ଛାତ୍ରଙ୍କ ପେଣ୍ଟିଂ, ମହାକାଶକୁ ପଠାଯିବ

ତାମିଲନାଡ଼ୁର ଡ଼ିଣ୍ଡିଗୁଲ ଜିଲ୍ଲା ନିବାସୀ ୧୨ ବର୍ଷିୟା ଛାତ୍ର ଏନ ଥେନମୁକିୟନଙ୍କ ପେଇଣ୍ଟିଂ ନାସାର ୨୦୧୯ ନୁଆଁବର୍ଷର କ୍ୟାଲେଣ୍ଡରରେ ସ୍ଥାନ ପାଇଛି । ସାରା ଦେଶରୁ ଛାତ୍ରଛାତ୍ରୀମାନେ ନାସା କ୍ୟାଲେଣ୍ଡରରେ ସ୍ଥାନ ପାଇବା ପାଇଁ ଶହ ଶହ ପେଣ୍ଟିଂ ପଠାଇଥିଲେ । ଏଥିମଧ୍ୟରୁ ଏନ ଥେନମୁକିୟନଙ୍କ ପେଣ୍ଟିଂକୁ ବିଚାରକମାନେ ଶ୍ରେଷ୍ଠ ବୋଲି ଚୟନ କରିଥିଲେ । ଖାଦ୍ୟ ବିବିଧତାର ଥିମକୁ ନେଇ ଥେନମୁକିୟନ ଚିତ୍ର ଆଙ୍କିଥିଲେ । 

ସ୍ପେସ ଫୁଡ଼୍ ଥିମ୍ ଜରିଆରେ ମହାକାଶ ଯାତ୍ରୀମାନଙ୍କ ଠାରୁ  ମହାକାଶରେ ପନିପରିବା ଅମଳ ପାଇଁ ସେ ଇଚ୍ଛା ପ୍ରକଟ କରିଛନ୍ତି । ଏହାଦ୍ୱାରା ସେମାନଙ୍କର ଖାଦ୍ୟରେ ପୁଷ୍ଟିର ମାତ୍ରା ବୃଦ୍ଧି ପାଇବ । ଛାତ୍ର ଜଣକ କହିଛନ୍ତି ଏହା ଫଳରେ ମହାକାଶ ପୃଥିବୀ ଭଳି ମନେ ହେବ । ଚୟନ କରାଯାଇଥିବା ଏହି ପେଇଣ୍ଟିଂ ୧୨ ମାସ ଯାଏ ବ୍ୟବହାର ହେବ । ଏହି ପେଇଣ୍ଟିଂକୁ ମହାକାଶଚାରୀମାନଙ୍କ ନିକଟକୁ ପଠାଯିବ । ଆର୍ଟ ୱାର୍କ ପ୍ରତିଯୋଗିତା ଆମର ଯୁବାବର୍ଗଙ୍କୁ ବିଜ୍ଞାନ, ପ୍ରଯୁକ୍ତି, ଇଞ୍ଜିନିୟରିଂ ଏବଂ ଗଣିତ ପାଇଁ ଉତ୍ସାହିତ  କରିବ ଏବଂ ଭାବୀ ବୈଜ୍ଞାନିକ, ଇଞ୍ଜିନିୟର ଏବଂ ଗବେଷକ ହେବାର ପ୍ରେରଣା ଦେଇପାରିବ ବୋଲି ନାସାର ଜଣେ ଅଧିକାରୀ କହିଛନ୍ତି ।
ଥେନମୁକିଲନଙ୍କ ପିତା ନଟରାଜନ ଏକ ସରକାରୀ ସ୍କୁଲରେ ପ୍ରଧାନଶିକ୍ଷକ ଥିବାବେଳେ ତାଙ୍କ ମା ଚନ୍ଦ୍ରମଣି ଜଣେ ରାଜସ୍ୱ ନୀରିକ୍ଷକ । ଏହି ସ୍କୁଲ ଗତବର୍ଷ ନାସା ପ୍ରତିଯୋଗିତାରେ ଶ୍ରେଷ୍ଠତ୍ୱ ପ୍ରତିପାଦିତ କରିଥିବା ଜଣାଯାଇଛି । 
 

24/12/2018

Leave a Reply

Your email address will not be published. Required fields are marked *

Comments