Bikash Khabar
ମଧ୍ୟପ୍ରଦେଶର ସଫଳ କାହାଣୀ, ରୋଜଗାରକ୍ଷମ ହେବା ପରେ ଏକ ଗାଁ ରାସନକାର୍ଡ଼ ଫେରେଇ ନେବାକୁ ସରକାରଙ୍କୁ ଲେଖିଛନ୍ତି ଚିଠି

 ମଧ୍ୟପ୍ରଦେଶ ସିହୋର ଜିଲ୍ଲାର ଏକ ଗାଁ ଏବେ ସାରା ରାଜ୍ୟରେ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି । ପାଖାପାଖି ୭୪ଟି ଆଦିବାସୀ ପରିବାର ରହୁଥିବା ଏକ ଗାଁ କୁପସାନଗଡ଼ର ଗ୍ରାମବାସୀମାନେ ନିଜ ପ୍ରୟାସ ଓ ପାରସ୍ପରିକ ସହଯୋଗ ବଦଳରେ ଗାଁର ଅର୍ଥନୀତିରେ ଆଣିଛନ୍ତି ପରିବର୍ତ୍ତନ । ସ୍ୱୟଂ ସହାୟକ ଦଳ ଜରିଆରେ ଯୋଡ଼ି ହୋଇଛି ପୁରା ଗାଁ । କ୍ଷୁଦ୍ର ବ୍ୟବସାୟ ଓ ସାମୁହିକ ବ୍ୟବସାୟ ଜରିଆରେ ଗ୍ରାମର ପ୍ରତ୍ୟେକ ପରିବାର ରୋଜଗାର କରିବା ଆରମ୍ଭ କରିଛନ୍ତି । ସରକାରୀ ସହାୟତାକୁ ଅପେକ୍ଷା ନକରି ନିଜେ ନିଜ ଗାଁର ବିକାଶ ପାଇଁ ନିଆରା ସଂକଳ୍ପ ନେଇଛନ୍ତି ଗ୍ରାମବାସୀମାନେ । ସବୁଠୁ ଉଲ୍ଲେଖନୀୟ କଥା ହେଲା କୁପସାନଗଡ଼ର ଗ୍ରାମବାସୀମାନେ ନିଜ ନିଜର ରେସନ କାର୍ଡ଼ ଫେରେଇ ଦେବାକୁ ସରକାରଙ୍କୁ ଚିଠି ଲେଖିଥିବା କହିଛନ୍ତି ଉପଜିଲ୍ଲ୍ଲାପାଳ ସୌରଭ କୁମାର । 

09/07/2018

Leave a Reply

Your email address will not be published. Required fields are marked *

Comments