Bikash Khabar
ଛାତ ଉପରେ ଚାଷ କରି ମୋଟା ଅର୍ଥ କମାଉଛନ୍ତି ଆଇଆଇଟି ପାସ୍ ଏହି ଦୁଇ ଛାତ୍ର

  ବ୍ୟବସାୟରେ ସଫଳତା ପାଇବାକୁ ହେଲେ ଅର୍ଥ ସହିତ ଭଲ ପ୍ଲାନର ମଧ୍ୟ ଆବଶ୍ୟକତା ଅଛି । ଆଜି ଆମେ ଏ ପ୍ରସଙ୍ଗରେ ଦୁଇଜଣ ଛାତ୍ରଙ୍କ କଥା କହୁଛୁ ଯେଉଁମାନେ ଏକ ଅଭିନବ ଯୋଜନା ସହିତ ନିଜର ବ୍ୟବସାୟ ଆରମ୍ଭ କରି ସଫଳତା ପାଇଛନ୍ତି । ଏହି ଦୁଇଜଣ ଛାତ୍ର ହେଉଛନ୍ତି କୌସ୍ତୁଭ ଖରେ ଏବଂ ସାହିଲ ପାରିଖ । ଆଇଆଇଟି ଖଡ଼ଗପୁରରୁ ବିଟେକ ଶିକ୍ଷା ସଫଳତାର ସହ ଶେଷ କରିବା ପରେ ଉଭୟେ ୧୯ ହଜାର ଟଙ୍କାରେ ‘ଖେତି ଫାଇ’ ନାମରେ ଏକ କମ୍ପାନୀ ଖୋଲିଥିଲେ । ଦୁଇ ଶହ ବର୍ଗମିଟର ଛାତ ଉପରେ ସାତ ଶହ କିଲୋ ପରିବା ଉତ୍ପାଦନ କରୁଛି ଖେତି ଫାଇ । ଏହା ଆମକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ହେଁ ଏହା ପଛର କୌଶଳ ଅସମ୍ଭବକୁ ସମ୍ଭବ କରାଇଛି ।

କମ୍ ମାଟି ଓ କମ୍ ପାଣିର ବ୍ୟବହାର ପାଇଁ ସେମାନେ ସ୍ୱତନ୍ତ୍ର ଟ୍ରେମାନ ବ୍ୟବହାର କରିଥିଲେ । ବୁନ୍ଦା ଜଳସେଚନର ପ୍ରଣାଳୀ ସୃଷ୍ଟି କରିଥିଲେ । ନଡ଼ିଆ ତନ୍ତୁର ବ୍ୟବହାର କରାଯାଇଥିଲା । ହାଇଡ଼୍ରୋପୋନିକ କୌଶଳର ବ୍ୟବହାର କାରଣରୁ ମାଟି ବଦଳରେ ଫସଲ ଚାହୁଁଥିବା ପାଣିର ବ୍ୟବହାର କରାଯାଇଥିଲା । ସମ୍ପୂର୍ଣ୍ଣ ଜୈବିକ ଉପାୟରେ ଅମଳ ହେଉଥିବା ଭେଣ୍ଡି, ଲଙ୍କା, ଟମାଟୋ, ବାଇଗଣ, ପାଳଙ୍ଗ, ପୋଇଶାଗକୁ ସ୍ୱତନ୍ତ୍ର ପ୍ୟାକରେ ନିର୍ଦ୍ଦିଷ୍ଟ ଦୋକାନକୁ ବିକ୍ରୀ ପାଇଁ ପଠାଇ ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି କୌସ୍ତୁଭ ଏବଂ ସାହିଲ । 

28/07/2018

Leave a Reply

Your email address will not be published. Required fields are marked *

Comments