Bikash Khabar
ସୁଦର୍ଶନଙ୍କ ନିଖୁଣ ନିଦର୍ଶନ, ବାଲିରେ ସୃଷ୍ଟି କରୁଛନ୍ତି ବିସ୍ମୟ

ପୁରୀରେ ଜନ୍ମିତ ସୁଦର୍ଶନ ପଟ୍ଟନାୟକ ଜଣେ ଆନ୍ତର୍ଜାତୀକ ଖ୍ୟାତି ସମ୍ପନ୍ନ ବାଲୁକା ଶିଳ୍ପୀ । ସାମାଜିକ ଘଟଣାବଳୀକୁ ବାଲୁକା କଳା ଜରିଆରେ ବିଶ୍ୱବାସୀଙ୍କ ଦୃଷ୍ଟି ଆକର୍ଷଣ କରାଇ ସେ ପାଇଛନ୍ତି ପ୍ରସିଦ୍ଧି ଓ ନିଜର ଏକ ନିଆରା ପ୍ରତିଷ୍ଠା । ୫୦ରୁ ଊଦ୍ଧ୍ୱର୍ ଆନ୍ତର୍ଜାତୀୟ ବାଲୁକା କଳା ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ସୁଦର୍ଶନ ହାସଲ କରିଛନ୍ତି ୩୦ରୁ ଅଧିକ ପଦକ । ବାଲୁକା କଳାରେ ବିସ୍ମୟ ସୃଷ୍ଟିକାରୀ ସୁଦର୍ଶନ ଗିନିଜ ବୁକ୍ ଅଫ ୱାର୍ଲ୍ଡ ରେକର୍ଡ଼ରେ ମଧ୍ୟ ନିଜ ନାମ ଦରଜ କରାଇଛନ୍ତି । କେବଳ ବାଲୁକା କଳା ନୁହେଁ ଓଡ଼ିଶାର ପର୍ଯ୍ୟଟନ ଓ ପରିବେଶ ପ୍ରତି ସଚେତିତ ସୁଦର୍ଶନ ଏହାର ସମସ୍ୟା ଓ ସମ୍ଭାବନାକୁ ନେଇ ନିଜର ଯୋଗଦାନ ନିଶ୍ଚିତତା କରାଇଛନ୍ତି । କଳା ପାଇଁ ଉତ୍ସର୍ଗିକୃତ ସାଧନା ଓ ସଂଘର୍ଷ ତାଙ୍କୁ ‘ପଦ୍ମଶ୍ରୀ ଉପାଧି ନିକଟରେ ପହଂଚାଇ ଦେଇଛି । ୪୧ ବର୍ଷିୟ ଏହି ସୁପ୍ରସିଦ୍ଧ ବାଲୁକା ଶିଳ୍ପୀଙ୍କୁ ଲଳିତ କଳା ଏକାଡ଼େମୀର ସଭାପତି ଭାବେ ନିଯୁକ୍ତ କରାଯାଇଛି । ସୁଦର୍ଶନ ବିଗତ ୧୦ ବର୍ଷ ଧରି ଲଳିତ କଳା ଏକାଡ଼େମୀ ସହ ଜଡ଼ିତ ଥିବାବେଳେ ଏହାର କାର୍ଯ୍ୟଧାରା ଅଳ୍ପ ବହୁତେ ଜାଣିଥିବାରୁ ଏହାକୁ ଆଗକୁ ନେବେ ।
ପୁରୀ ମରିଚିକୋଟ ଲେନର ଏକ ଗରିବ ପରିବାରରେ ୧୯୭୭ରେ ଜନ୍ମ ଗ୍ରହଣ କରିଥିବା ସୁଦର୍ଶନ ବେଳାଭୂମିରୁ ଖୋଜି ପାଇଥିଲେ ନିଜର କ୍ୟାରିୟର । ୨୦୧୬ରେ ଋୁଷିଆରୁ ଏବଂ ୨୦୧୩ରେ ବୁଲଗେରିଆରୁ ପିପୁଲସ ଚଏସ ପୁରସ୍କାର ପାଇଥିଲେ ସୁଦର୍ଶନ । ସିଙ୍ଗାପୁର, ଋଷିଆ, ବୁଲଗେରିଆ, ମସ୍କୋ, ଚାଇନା, ଇଟାଲୀ, ଜାପାନ, ନେଦର ଲ୍ୟାଣ୍ଡ ଆଦି ଦେଶରୁ ପୁରସ୍କାର ପାଇଛନ୍ତି ସେ । ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ତାଙ୍କୁ ଡ଼କ୍ଟରେଟ ଉପାଧି ଦେଇଥିବାବେଳେ ତାଙ୍କୁ ସାରଳା ସମ୍ମାନ, ୫ଥର ଲିମକା ବୁକ୍ ଅଫ ୱାଲଡ଼୍ ରେକର୍ଡ଼, ଜାତୀୟ ପର୍ଯ୍ୟଟନ ସମ୍ମାନ ମିଳିଛି । ୧୯୯୪ ମସିହାରୁ ସେ ଏହି କଳା ବିଦ୍ୟାର୍ଥିମାନଙ୍କୁ ଶିଖାଇବାରେ ବ୍ରତୀ ଅଛନ୍ତି । 
 

20/09/2018

Leave a Reply

Your email address will not be published. Required fields are marked *

Comments