Bikash Khabar
୧୮ ଦିନ ପୂର୍ବରୁ ଏପ୍ରିଲ ୧୮ରୁ ସ୍କୁଲରେ ଖରା ଛୁଟି

ରାଜ୍ୟରେ ପ୍ରଚ ଗ୍ରୀଷ୍ମ ପ୍ରବାହ ହେଉଛି । ୮ରୁ ଅଧିକ ସହର ବିଗତ କିଛି ଦିନ ଧରି ୪୦ ଡ଼ିଗ୍ରୀ ଅତିକ୍ରମ କରୁଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଧାର୍ଯ୍ୟ ସମୟର ବହୁ ପୂର୍ବରୁ ବିଦ୍ୟାଳୟ ଛୁଟି ଘୋଷଣା କରିଛନ୍ତି । ଆସନ୍ତା ୧୮ ତାରିଖରୁ ସମସ୍ତ ବିଦ୍ୟାଳୟ ଓ ଯୁକ୍ତ ଦୁଇ କଲେଜ ବନ୍ଦ ରହିବ । ଏ ନେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଗଣଶିକ୍ଷା ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି । ପୂର୍ବରୁ ମେ ୬ ତାରିଖରୁ ଖରାଛୁଟି କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ । ତେବେ ପ୍ରବଳ ରୌଦ୍ରତାପ କାରଣରୁ ୧୮ ଦିନ ପୂର୍ବରୁ ଛୁଟି ଘୋଷଣା ନିଷ୍ପତ୍ତି ନିଆଯାଇଛି । ବିଗତ କିଛି ଦିନ ଧରି ରାଜଧାନୀ ଭୁବନେଶ୍ୱରର ତାପମାତ୍ରା ୪୦ ଡ଼ିଗ୍ରୀ ସେପଟକୁ ଥିବାବେଳେ ମଙ୍ଗଳବାର ଏହା ଦେଶର ସର୍ବୋଚ୍ଚ ଉତ୍ତପ୍ତ ସହର ଭାବେ ରେକର୍ଡ଼ ହାସଲ କରିଛି । କଟକର ତାପମାତ୍ରା ମଧ୍ୟ ୪୦ ଡ଼ିଗ୍ରୀ ଅତିକ୍ରମ କରିଛି । ଖରାରେ ଯିବା ଆସିବା କରିବା କଷ୍ଟସାଧ୍ୟ ହୋଇଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଛି ।

17/04/2019

Leave a Reply

Your email address will not be published. Required fields are marked *

Comments