Bikash Khabar
ଏପ୍ରିଲ ପହିଲାରୁ ଖୋଲିବ ଅଂଶୁଘାତ କଣ୍ଟ୍ରୋଲ ରୁମ

ତାତି ବଢୁଛି । ଆଗକୁ ଆହୁରି ବଢିବ । ଏହାକୁ ଦୃଷ୍ଟିରେ ରଖି ଆକ୍ସନ ପ୍ଲାନ ପ୍ରସ୍ତୁତ କରିଛି ସ୍ୱାସ୍ଥ୍ୟ ବିଭାଗ । ଅଂଶୁଘାତର ମୁକାବିଲା ପାଇଁ ଜିଲ୍ଲାରେ ଅଂଶୁଘାତ କଣ୍ଟ୍ରୋଲ ରୁମ ଖୋଲାଯିବ । ଜିଲ୍ଲା, ଉପଖଣ୍ଡ ଓ ବ୍ଲକରେ କଣ୍ଟ୍ରୋଲ ରୁମ ମାନ ଏପ୍ରିଲ ୧ରୁ  ଜୁନ ୧୫ ପର୍ଯ୍ୟନ୍ତ ଖୋଲାଯିବ । ସମସ୍ତ ହସ୍ପିଟାଲ ଗୁଡ଼ିକରେ ଅଂଶୁଘାତ ରୋଗୀଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିବା ଓ ୧୦୮ ଓ ୧୦୨ ଆମ୍ବୁଲାନ୍ସ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଅଂଶୁଘାତର ମୁକାବିଲା ପାଇଁ ପର୍ଯ୍ୟାପ୍ତ ଓଆରଏସ ମହଜୁଦ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସ୍ୱତନ୍ତ୍ର ଭାବେ କିଛି ନିର୍ଦ୍ଦିଷ୍ଟ ସ୍ଥାନରେ ଓଆରଏସ କର୍ଣ୍ଣର ଓ ଜଳଛତ୍ର ଖୋଲାଯାଇଛି । ରାଜ୍ୟରେ ଅଂଶୁଘାତର ମୁକାବିଲା ନେଇ ଭିଡ଼ିଓ କନଫରେନ୍ସି ଜରିଆରେ ଏହାର ନିୟମିତ ସମୀକ୍ଷା ଓ ତଦାରଖ କରିବାକୁ ବିଭାଗ ନିଷ୍ପତ୍ତି ନେଇଛି । ଅଂଶୁଘାତ ଠାରୁ ଲୋକମାନେ କିଭଳି ନିଜକୁ ରକ୍ଷା କରିବେ ସେଥିପାଇଁ ରେଡ଼ିଓ ଜରିଆରେ ସଚେତନତା ବାର୍ତ୍ତା ପ୍ରଦାନ କରାଯିବ । ଅଂଶୁଘାତ ଜନିତ ମୃତ୍ୟୁର ତଦନ୍ତ ରାଜସ୍ୱ ଓ ସ୍ୱାସ୍ଥ୍ୟ ବିଭାଗ ମିଳିତ ଭାବେ କରିବେ ।

27/03/2019

Leave a Reply

Your email address will not be published. Required fields are marked *

Comments