Bikash Khabar
ଫେରିଯିବ ବାନ୍ଧବଗଡ଼ର ବାଘୁଣୀ

ଅନୁଗୋଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟବାସୀଙ୍କ ନିଦ ଛଡ଼ାଇ ନେଇଥିବା ବାଘୁଣୀ ସୁନ୍ଦରୀକୁ ମଧ୍ୟପ୍ରଦେଶ ଫେରାଇ ଦିଆଯିବ । ଓଡ଼ିଶାରେ ବାଘ ବଂଶ ବୃଦ୍ଧି ଲକ୍ଷ୍ୟ ରଖି ମଧ୍ୟପ୍ରଦେଶରୁ ଅଣାଯାଇଥିବା ଏହି ବାଘୁଣୀ ଜଣେ ମହିଳାଙ୍କ ଜୀବନ ନେଇଥିବାରୁ ସ୍ଥାନୀୟ ଅଂଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ସାତକୋଶିଆ ଅଭୟାରଣ୍ୟ ବାସିନ୍ଦାଙ୍କ ଆନ୍ଦୋଳନ ଆଗରେ ବନ ପ୍ରଶାସନ ସୁନ୍ଦରୀକୁ ଫେରାଇ ନେବାକୁ ରାଜି ହୋଇଛନ୍ତି ।
ସେପ୍ଟେମ୍ବର ୧୫ ତାରିଖରେ ଟ୍ରାଙ୍କୁଲାଇଜର କରିବା ପାଇଁ ଏକ ଟିମ୍ ଏଠାକୁ ଆସୁଛନ୍ତି ।
ସୂଚନା ଯୋଗ୍ୟ ଯେ, ଗତ ଜୁଲାଇ ୬ ତାରିଖରେ ମଧ୍ୟପ୍ରଦେଶର କାହ୍ନା ବ୍ୟାଘ୍ରସଂରକ୍ଷଣ ପ୍ରକଳ୍ପରୁ ଏକ ମହାବଳ ବାଘ ଆଣି ସାତକୋଶିଆରେ ଛଡ଼ା ଯାଇଥିଲା । ପରେ ପରେ ବାନ୍ଧବଗଡ଼ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପରୁ ସୁନ୍ଦରୀକୁ ଅଣାଯାଇଥିଲା । ଆଶା ଥିଲା ସାତକୋଶିଆରେ ମହାବଳ ବାଘ ସଂଖ୍ୟା ବୃଦ୍ଧି ପାଇବ । କିନ୍ତୁ ପରିସ୍ଥିତି ଓଲଟା ହେବାରୁ ବାଘୁଣୀକୁ ମଧ୍ୟପ୍ରଦେଶ ଫେରାଇ ନିଆଯିବା ସ୍ଥିର ହୋଇଛି । 
 

14/09/2018

Leave a Reply

Your email address will not be published. Required fields are marked *

Comments