Bikash Khabar
ପିଠା ଶିବିରରେ ଏମିତି ଚାଲିଛି ସୁନେତ୍ର ଯୋଜନା, ଚକ୍ଷୁ ପରୀକ୍ଷା କରୁଛନ୍ତି ଆଶା କର୍ମୀ

ପିଠା ଶିବିରରେ ସୁନେତ୍ର ଯୋଜନା ଅନ୍ତର୍ଗତ ମାଗଣା ଚକ୍ଷୁ ଶିବିର, ମାଗଣା ଚଷମା ଓ ମୋତିଆବିନ୍ଦୁ, ଅସ୍ତ୍ରୋପଚାର ସୁବିଧା ମିଳିବ ବୋଲି ସରକାର ପ୍ରଚାର କଲେ । ଛାତ୍ରଛାତ୍ରୀ ଓ ଦୃଷ୍ଟି ସମସ୍ୟାରେ ପୀଡ଼ିତ ଜନଗଣ ପିଠା ଶିବିରରେ ଏ ସୁବିଧା ନେବା ପାଇଁ ପହଂଚିଲେ । ଆଶା ଥିଲା ଚକ୍ଷୁ ବିଶେଷଜ୍ଞ କିମ୍ବା ଟେକ୍ନିସିଆନ ଥିଲେ । ହେଲେ କୋରାପୁଟ ଜିଲ୍ଲା ଜୟପୁର ପୌରପାଳିକା ପିଠା ଶିବିରରେ ଚକ୍ଷୁ ପରୀକ୍ଷା ମହିଳା ସ୍ୱାସ୍ଥ୍ୟକର୍ମୀ ଓ ଆଶା ଦିଦି କରୁଥିବା ଦେଖିବାକୁ ମିଳିଲା । ଚକ୍ଷୁ ରୋଗୀଙ୍କ ହାତରେ କାଗଜ ଖଣ୍ଡିକ ଧରାଇ ପଢିବାକୁ ଦେବା ସହ ରୋଗୀମାନେ ଯେଉଁ ପାୱାର ଚଷମାରୁ ଅକ୍ଷର ଦେଖିପାରିଲେ ତାହା ସେମାନଙ୍କୁ ଦେଉଥିବା ଭଳି ଦୃଶ୍ୟ ଦେଖିବାକୁ ମିଳିଛି । ଏହା ସେମାନଙ୍କ ଦୃଷ୍ଟି ଶକ୍ତିକୁ ଯେ ପୁଣି ବିଗାଡ଼ି ଦେବ ତାକୁ ନେଇ ଚର୍ଚ୍ଚା ଯୋର ଧରିଛି ।

ଚକ୍ଷୁ ପରୀକ୍ଷା ପାଇଁ ଡ଼ାକ୍ତରଖାନାରେ ଯନ୍ତ୍ରପାତି ଓ ଲେଜର ମାଧ୍ୟମରେ ଦୃଷ୍ଟି ଦୋଷ ଚିହ୍ନଟ କରି ଚଷମା ଦିଆଯାଉଥିବାବେଳେ ପିଠା ଶିବିରରେ ଯିଏ ଯେଉଁ ଚଷମାରେ ଅକ୍ଷର ଚିହ୍ନିପାରିଲା ତାକୁ ସେଭଳି ଚଷମା ଦେବା କେତେ ଦୂର ଠିକ୍ ତାକୁ ନେଇ ବିବାଦ ସୃଷ୍ଟି ହୋଇଛି । ପୌର ସ୍ୱାସ୍ଥ୍ୟ ଅଧିକାରୀ ଡ଼ ଅରୁଣ କୁମାର ପାଢୀ କହନ୍ତି ପିଠା ଡ଼ାକ୍ତରୀ ଶିବିର ନୁହଁ । ଏଥିରେ ଚକ୍ଷୁ ପରୀକ୍ଷା କରାଯିବା ବଦଳରେ ସଚେତନତା କରାଯିବା ଥିଲା । ହେଲେ ଚକ୍ଷୁ ଚିକିତ୍ସା ଶିବିର ପ୍ରଚାର କରି ଆଶାକର୍ମୀଙ୍କ ଦ୍ୱାରା ଚଷମା ବିତରଣକୁ ନେଇ ପ୍ରଶ୍ନ ଉଠିଛି ।

18/01/2019

Leave a Reply

Your email address will not be published. Required fields are marked *

Comments