Bikash Khabar
ଆଇଆଇଟି-ବିଏଚୟୁ କୁ ମିଳିଲା ସୁପର କମ୍ପ୍ୟୁଟର ପରମ ଶିବାୟ, ୩୩ କୋଟିରେ ହୋଇଛି ତିଆରି

ସୂଚନା ଓ ପ୍ରଯୁକ୍ତି କ୍ଷେତ୍ରରେ ଆଗକୁ ଅଗ୍ରଗତି କରୁଛି ଭାରତ । ବିଶ୍ୱର ସର୍ବୋଚ୍ଚ ପ୍ରଯୁକ୍ତି ଭାରତରେ ଉପଲବ୍ଧ ହେବା ଏକଥାର ଏକ ବଳିଷ୍ଠ ପ୍ରମାଣ । ଉଚିତ ସାଧନ ବ୍ୟତୀତ କୌଶଳକୁ ଆଗକୁ ନେଇ ହେବ ନାହିଁ । ଏଥିପାଇଁ ଆମର ଛାତ୍ରମାନଙ୍କୁ ନୁଆ ଉପକରଣ ଏବଂ ନୁଆ କୌଶଳର ଆବଶ୍ୟକତା ରହିଥାଏ । ଏହି ଆବଶ୍ୟକତାକୁ ପୂରା କରିବା ପାଇଁ ଆଇଆଇଟି ବିଏଚୟୁ କ୍ୟାମ୍ପସରେ ଏକ ଶକ୍ତିଶାଳୀ ସୁପର କମ୍ପ୍ୟୁଟର ପରମ ଶିବାୟ ସ୍ଥାପିତ କରାଯାଇଛି । 

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ବାରାଣସୀ ଗସ୍ତରେ ଆସି ଏହି ସୁପର କମ୍ପ୍ୟୁଟରର ଲୋକାର୍ପଣ କରିଛନ୍ତି । ଏହି ସୁପର କମ୍ପ୍ୟୁଟର ସମ୍ପୂର୍ଣ୍ଣ ଭାରତୀୟ ଜ୍ଞାନ କୌଶଳରେ ମେକ ଇନ୍ ଇଣ୍ଡିଆ ଉଦ୍ୟମରେ ପ୍ରସ୍ତୁତ ହୋଇଛି । ଏହାର ନିର୍ମାଣ ପାଇଁ ୩୩କୋଟି ଟଙ୍କା ବ୍ୟୟ ହୋଇଛି । ୮୩୩ ଟେରା ପ୍ଲାଫ କ୍ଷମତା ବିଶିଷ୍ଟ ଏହି ଶକ୍ତିଶାଳୀ ମେସିନରେ ଅନେକ ନୁଆ ଗବେଷଣାକୁ କମ୍ ସମୟରେ କରାଯାଇପାରିବ । ଡ଼ିଜିଟାଲ ଇଣ୍ଡିଆ ଏବଂ ମେକ୍ ଇନ୍ ଇଣ୍ଡିଆକୁ ବ୍ୟାପକ କରାଇବା ପାଇଁ ଜାତୀୟ ସୁପର କମ୍ପ୍ୟୁଟର ମେସିନ ଅନୁଯାୟୀ ଏହି ସୁବିଧା ଆଇଆଇଟି ବିଏଚୟୁରେ ଆରମ୍ଭ କରାଯାଇଛି । ଏହି ସୁପର କମ୍ପ୍ୟୁଟର ପାଣିପାଗର ପୂର୍ବାନୁମାନ, ମହାକାଶ ଇଞ୍ଜିନିୟରିଂ, ଭୂକମ୍ପର ଚିହ୍ନଟ, ଆର୍ଥିକ ସଙ୍କଟ ଏବଂ ଡ଼ାଟା କଲେକ୍ସନ ପରି କାମ କରିପାରିବ ।

21/02/2019

Leave a Reply

Your email address will not be published. Required fields are marked *

Comments