Bikash Khabar
ତିତିଲି ତୃଷାର୍ତ୍ତଙ୍କ ସେବା କରୁଛନ୍ତି ଭଗବାନ

ପ୍ରଳୟଙ୍କରୀ ତିତିଲି ବାତ୍ୟାରେ ସବୁଠୁ ବେଶୀ ପ୍ରଭାବିତ ହୋଇଛି ଗଜପତି ଜିଲ୍ଲା । ଜିଲ୍ଲାର ଅନେକ ଗାଁରେ ଏବେ ବି ସ୍ୱାଭାବିକ ହୋଇପାରିନାହିଁ ଜୀବନ ଯାତ୍ରା । ଜଳ, ବିଜୁଳି ଓ ଗମନାଗମନର ସ୍ଥିତି ଅନେକ ଗାଁରେ ସଜଡ଼ା ଯାଇପାରିନି । ବାତ୍ୟା ପରେ ପିଇବା ପାଣି ପାଇଁ ଲୋକେ ନାହିଁ ନଥିବା ଦୁର୍ଦ୍ଦଶା ଭୋଗିଛନ୍ତି । ଏଭଳି ଏକ ସମୟରେ ସାମ୍ନାକୁ ଆସିଛନ୍ତି ଭଗବାନ ବିଶ୍ୱାଳ । ବିଶ୍ୱାଳ ମା ଦକ୍ଷିଣକାଳୀ ପାୱାର ୟୁନିଟର ମାଲିକ । ନିଜର ଗାଡ଼ିରେ ଜେନେରେଟର ଖଞ୍ଜି ସେ ତିତିଲି ଅଂଚଳରେ ପିଇବା ପାଣି ଯୋଗାଇ ଦେଉଛନ୍ତି । ଲାବଣ୍ୟଗଡ଼ରୁ ଦେଓପୁର ଦେଇ ମାରିଣ୍ଡି ଯାଏଁ ଜେନେରେଟର ଦ୍ୱାରା ପରିବାର ଗୁଡ଼ିକୁ ପିଇବା ପାଣି ଯୋଗାଇ ଦେଇ ସେ ଚର୍ଚ୍ଚାକୁ ଆସିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ଟ୍ୱିଟର ପୃଷ୍ଠାରେ ତାଙ୍କୁ ହିରୋ ଅଫ ତିତଲି ଆଖ୍ୟା ଦେଇଛନ୍ତି । 
 

25/10/2018

Leave a Reply

Your email address will not be published. Required fields are marked *

Comments