Bikash Khabar
ସୁପ୍ରିମକୋର୍ଟଙ୍କ ବଡ଼ ରାୟ, ବିବାହର ମିଥ୍ୟା ପ୍ରତିଶୃତି ଦେଇ ଯୌନ ସମ୍ପର୍କ ଦୁଷ୍କର୍ମ ପର୍ଯ୍ୟାୟ ଭୁକ୍ତ ହେବ

ବିବାହର ମିଥ୍ୟା ପ୍ରତିଶୃତି ଦେଇ ଯୌନ ସମ୍ପର୍କ ରଖିବା ବଳାତ୍କାର ବୋଲି ସର୍ବୋଚ୍ଚ ଅଦାଲତ ଦର୍ଶାଇଛନ୍ତି । ଜଷ୍ଟିସ ଏଲ ନାଗେଶ୍ୱର ରାଓ ଏବଂ ଏମ ଆର ଶାହଙ୍କ ଖଣ୍ଡପୀଠ ସେମାନଙ୍କ ରାୟରେ କହିଛନ୍ତି ଯେ ବଳାତ୍କାର ଜଣେ ମହିଳାଙ୍କ ସମ୍ମାନ ଓ ମଯ୍ୟଦା ହାନୀ କରିଥାଏ ।

୨୦୧୩ରେ ଛତିଶଗଡ଼ର ଜଣେ ଡ଼ାକ୍ତରଙ୍କ ବିରୋଧରେ ଦାଏର ବଳାତ୍କାର ମାମଲାର ଶୁଣାଣି ବେଳେ କୋର୍ଟ ଉପରୋକ୍ତ ରାୟ ଦେଇଛନ୍ତି । ଦୁଇ ଜଣିଆ ଖଣ୍ଡପୀଠ ତାଙ୍କ ରାୟରେ କହିଛନ୍ତି ଯେ ବଳାତ୍କାର ହେଉଛି ସମାଜରେ ସବୁଠୁ ନିନ୍ଦନୀୟ ନୈତିକ ଓ ଶାରୀରିକ ଅପରାଧ । ଏହା ପୀଡ଼ିତାଙ୍କ ଶରୀର, ମନ ଓ ଗୋପନୀୟତା ଉପରେ ଆକ୍ରମଣ । ହତ୍ୟାକାରୀ ଜଣଙ୍କର ଶରୀରକୁ ନଷ୍ଟ କରୁଥିବାବେଳେ ଦୁଷ୍କର୍ମକାରୀ ଜଣଙ୍କର ଆତ୍ମାକୁ ନଷ୍ଟ କରିଥାଏ । ଏହି ମହିଳାଙ୍କ ଅନ୍ତରାତ୍ମାକୁ ବାଧା ପହଂଚାଇଥାଏ । ପ୍ରତିଶୃତି ଦେଇ ସମ୍ପର୍କ ରଖିବା ଦୁଷ୍କର୍ମ ଓ ଏଥିପାଇଁ ଅପରାଧୀଙ୍କୁ ଏହାର ପରିଣାମ ଭୋଗିବାକୁ ପଡ଼ିବ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ଏହାକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି । ସଂପ୍ରତି ବିବାହ ପ୍ରତିଶୃତି ଦେଇ ସମ୍ପର୍କ ରଖିବା ଓ ପରେ ଅସ୍ୱିକାର କରିବା ଘଟଣା ସମାଜରେ ବୃଦ୍ଧି ପାଇଥିବା ବେଳେ ସୁପ୍ରିମକୋର୍ଟଙ୍କ ଏଭଳି ନିଷ୍ପତ୍ତି ସାଧାରଣରେ ଆଶ୍ୱସ୍ତି ଦେଇଛି ।

16/04/2019

Leave a Reply

Your email address will not be published. Required fields are marked *

Comments