Bikash Khabar
ତାଜ ମହଲରେ ନମାଜ ପାଇଁ ଅନୁମତି ଦେବାକୁ ସ୍ପଷ୍ଟ ମନା କଲେ ସୁପ୍ରିମକୋର୍ଟ, କହିଲେ ଅନ୍ୟ ଜାଗା ଦେଖ

 ବିଶ୍ୱର ସପ୍ତମ ଆଶ୍ଚର୍ଯ୍ୟ କୁହାଯାଉଥିବା ତାଜମହଲରେ ନମାଜ ପଢାଯାଇପାରିବ ନାହିଁ । ସୁପ୍ରିମକୋର୍ଟ ସୋମବାର ଏଭଳି ରାୟ ଶୁଣାଇଛନ୍ତି । କହିଛନ୍ତି ଯେ ନମାଜ ପଢିବା ପାଇଁ ଅନ୍ୟ ଯାଗା ଦେଖ ।

ସୂଚନା ଯୋଗ୍ୟ ଯେ, ସ୍ଥାନୀୟ ଏକ ମସଜିଦ୍ ପକ୍ଷରୁ ନମାଜ ପଢିବା ପାଇଁ ଅନୁମତି ଲୋଡ଼ା ଯାଇ ସୁପ୍ରିମକୋର୍ଟରେ ଏକ ଆବେଦନ କରାଯାଇଥିଲା । ତାଜ ମହଲରେ ଥିବା ମସଜିଦରେ ପ୍ରତି ଶୁକ୍ରବାର ନମାଜ ପଢାଯାଉଛି । ଯାହାକୁ ନେଇ ବିଭିନ୍ନ ସମୟରେ ଉତ୍ତେଜନା ସୃଷ୍ଟି ହେଉଛି । ଶୁକ୍ରବାର ଏହି କାରଣରୁ ତାଜ ମହଲକୁ ବନ୍ଦ କରିବାକୁ ପଡ଼ୁଛି । ଗତବର୍ଷ ନମାଜ ପଢା ବନ୍ଦ ପାଇଁ ନ୍ୟାୟାଳୟର ହସ୍ତକ୍ଷେପ ଲୋଡ଼ାଯାଇଥିଲା । ଅଖିଳ ଭାରତୀୟ ଇତିହାସ ସଂକଳକ ସମିତି ନମାଜ ପାଠ ବନ୍ଦ କରିଦେବା ପାଇଁ ଆବେଦନ କରିଥିଲେ । ତାଜ ମହଲରେ ନମାଜ ପାଠ ବନ୍ଦ କରାନଗଲେ ଶିବ ମହାମ୍ୟ ପାଠ କରାଯିବ ବୋଲି ଅନ୍ୟ ଗୋଟିଏ ଗୋଷ୍ଠୀ ଚେତାବନୀ ଦେଇଥିଲା । 

09/07/2018

Leave a Reply

Your email address will not be published. Required fields are marked *

Comments