Bikash Khabar
ଚାଷୀଙ୍କ ଆୟ, ବ୍ୟୟ, ଋଣ ଜାଣିବା ପାଇଁ ହେବ ସର୍ଭେ

କେନ୍ଦ୍ର ସରକାର ଚାଷୀଙ୍କ ସ୍ଥିତି ଜାଣିବା ପାଇଁ ଏକ ସର୍ଭେ ଆରମ୍ଭ କରିବାକୁ ଯାଉଛନ୍ତି । ଏହି ସର୍ଭେ ଦ୍ୱାରା ଚାଷୀ କେତେ ଦୁଃଖରେ ଅଛନ୍ତି ଏବଂ ସେମାନଙ୍କ ଉପରେ କେତେ ଋଣର ଚାପ ଅଛି ଓ ଚାଷରୁ କେତେ ଆୟ ହେଉଛି ସେ ସମ୍ପର୍କରେ ଏକ ସ୍ପଷ୍ଟ ଚିତ୍ର ମିଳିବ ।

ଚଳିତ ବର୍ଷ ଏହି ସର୍ଭେ ଆରମ୍ଭ ହେବ । କୃଷି ରାଷ୍ଟ୍ରମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତି କହିଛନ୍ତି ଯେ ଜାତୀୟ ନୁମାନ ସର୍ବେକ୍ଷଣର ୭୭ତମ ପର୍ଯ୍ୟାୟରେ ଚାଷୀ ପରିବାରର ସ୍ଥିତି ସର୍ଭେ କରାଯିବ । ଗତ ୨୦୧୨-୧୩ରେ ଜାତୀୟ ନମୁନା ସର୍ବେକ୍ଷଣ ସଂସ୍ଥା ଏଭଳି ଏକ ସର୍ଭେ କରିଥିଲା । ୨୦୧୪ରୁ ୨୦୧୮ ମଧ୍ୟରେ ଚାଷୀଙ୍କ ଆୟ ଜାଣିବା ପାଇଁ ଏହି ସର୍ଭେ ହେବ ।
ଭାରତ ଏକ ବହୁତ ବଡ଼ ଦେଶ ହୋଇଥିବାରୁ ଏବଂ ସର୍ଭେରେ ବ୍ୟାପକ ସମ୍ବଳର ଆବଶ୍ୟକତା ଥିବାରୁ ଏଭଳି ସର୍ଭେ ପ୍ରତି ୫ ବର୍ଷରେ ଥରେ କରାଯାଇଥାଏ ବୋଲି ଶେଖାୱତ ସୂଚନା ଦେଇଛନ୍ତି । ସୂଚନା ଯୋଗ୍ୟ ଯେ ଛତିଶଗଡ଼, ମଧ୍ୟପ୍ରଦେଶ ଓ ରାଜସ୍ଥାନରେ କଂଗ୍ରେସ ସରକାର ଚାଷୀଙ୍କ ଋଣସ୍ଥିତି ବାବଦରେ ଅଧିକ ତଥ୍ୟ ସଂଗ୍ରହ ନକରି ତରବରିଆ ଭାବେ ଋଣ ଛାଡ଼ ଘୋଷଣା କରି ପରିସ୍ଥିତିକୁ ଗୋଳିଆ କରାଇଛି । ଅନେକ ଚାଷୀଙ୍କ ୧୩ ଟଙ୍କା ଋଣ ଛାଡ଼ ହୋଇଥିବାବେଳେ ଋଣ ନେଇନଥିବା ଚାଷୀଙ୍କୁ ଋଣ ଛାଡ଼ ତାଲିକାରେ ସଂପୃକ୍ତ କରାଯାଇଛି ।

06/02/2019

Leave a Reply

Your email address will not be published. Required fields are marked *

Comments