Bikash Khabar
କୁପୋଷଣ ଦୂର କରିବ ଅଭିନବ କାର୍ଯ୍ୟକ୍ରମ ସୂର୍ଯ୍ୟମୁଖୀ

ପୁଷ୍ଟିହୀନତାର ଶିକାର ହେଉଥିବା ୦-୫ ବର୍ଷ ଶିଶୁମାନଙ୍କୁ ଚିହ୍ନଟ କରି ସେମାନଙ୍କୁ ସ୍ୱାସ୍ଥ୍ୟବାନ କରିବା ଆଭିମୁଖ୍ୟରେ ଗଞ୍ଜାମ ଜିଲ୍ଲାରେ ଆରମ୍ଭ ହୋଇଛି ଏକ ନିଆରା କାର୍ଯ୍ୟକ୍ରମ ସୂର୍ଯ୍ୟମୁଖୀ । ରାୟଗଡ଼ା ଜିଲ୍ଲାରେ ଏହି କାର୍ଯ୍ୟକ୍ରମ ସଫଳ ହେବା ପରେ ଗଞ୍ଜାମ ଜିଲ୍ଲାରେ ଚଳିତ ମାସ ଠାରୁ କାର୍ଯ୍ୟକାରୀ ହେଉଛି ।

ଗଞ୍ଜାମ ଜିଲ୍ଲାରେ ଥିବା ମୋଟ ୫୧୪୧ଟି ଅଙ୍ଗନବାଡ଼ି ଏବଂ ୬୬ଟି ମିନି ଅଙ୍ଗନୱାଡ଼ିରେ ୦-୫ ବର୍ଷର ଶିଶୁ ସଂଖ୍ୟା ୩ଲକ୍ଷ ୨୪ ହଜାର ପଞ୍ଜିକୃତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୩୯୩ ଜଣ କୁପୋଷଣରେ ଶିକାର । ଜଣେ ବି ଶିଶୁ କୁପୋଷଣର ଶିକାର ନହେବା ପାଇଁ ସବୁ ଅଙ୍ଗନବାଡ଼ି କେନ୍ଦ୍ରକୁ ମିଶାଇ ୨୧୦ଟି ସେକ୍ଟର ଗଠନ କରାଯାଇଛି । ପ୍ରତି ସେକ୍ଟରରେ ତଦାରଖ ପାଇଁ ୩ ଜଣ ଅଙ୍ଗନୱାଡ଼ି କର୍ମୀଙ୍କୁ ଦାୟିତ୍ୱ ଦିଆଯାଇଛି ।
କର୍ମୀମାନେ ପିଲାମାନଙ୍କ ଓଜନ ଓ ହାତର ମୋଟେଇ ମାପିବେ । କୁପୋଷଣ ଗ୍ରସ୍ତ ଶିଶୁଙ୍କୁ ପୃଥକ ଭାବେ ଚିହ୍ନଟ କରାଯିବ । କୁପୋଷଣ ଗ୍ରସ୍ତ ଶିଶୁର ପରିବାର ରହୁଥିବା ଘର କାନ୍ଥରେ ଲାଲ ଚିହ୍ନ ଦିଆଯିବ । ସେହି ଘରକୁ ନିୟମିତ ତଦାରଖ, ପରାମର୍ଶ ଓ ସେବାପ୍ରଦାନ କରାଯାଇ କୁପୋଷଣ ଦୂର କରାଯିବ । ଯେଉଁ ଅଙ୍ଗନବାଡ଼ି କେନ୍ଦ୍ର ଗୁଡ଼ିକରୁ କୁପୋଷଣ ସମ୍ପୂର୍ଣ୍ଣ ଦୂର ହେବ ସେହି କର୍ମୀଙ୍କୁ ସମ୍ମାନୀତ କରାଯିବ ।

21/02/2019

Leave a Reply

Your email address will not be published. Required fields are marked *

Comments