Bikash Khabar
୧୩ ହଜାର କୋଟି ପୁଞ୍ଜିନିବେଶରେ ପୁନଃରୁଦ୍ଧାର ହେବ ତାଳଚେର ସାର କାରଖାନା

ସାର କାରଖାନା ପାଇଁ ସୁନାମ ଅର୍ଜିଥିଲା ତାଳଚେର । ସତୁରି ଦଶକରେ ତାଳଚେର ସାର କାରଖାନା ହଜାର ହଜାର ଶ୍ରମିକ ଓ କୃଷକଙ୍କ ସାହା ଭରଷା ପାଲଟିଥିଲା । ଆର୍ଥିକ ସଙ୍କଟ ଓ ପ୍ରଯୁକ୍ତି ଅଭାବ ସାଜିଲା ବାଧକ । ଏବେ ଅତ୍ୟାଧୁନିକ ବୈଷୟିକ ଜ୍ଞାନ କୌଶଳ ସହାୟତାରେ ଏହାର ପୁନଃରୁଦ୍ଧାର କରାଯିବ । କୋଇଲାକୁ ବ୍ୟବହାର କରି ଗ୍ୟାସ ଏବଂ ୟୁରିଆ ଉତ୍ପାଦନ ହେବ । ଏଥିରେ ୧୩ ହଜାର କୋଟି ଖର୍ଚ୍ଚ କରାଯାଉଛି । ସେପ୍ଟେମ୍ବର ୨୨ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଳଚେର ଗସ୍ତ କରି ଏହାର ଶୁଭ ଦେବେ । ସେହିଦିନ ହିଁ କାର୍ଯ୍ୟ ଆରମ୍ଭ ହେବ ବୋଲି ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।
ପୂର୍ବାଂଚଳର ବିକାଶ ବିନା ଭାରତର ବିକାଶ ଅସମ୍ଭବ । ଏଥିପାଇଁ ପ୍ରଧାନମନ୍ତ୍ରୀଙ୍କ ସଭାକୁ ବିକାଶ ସମାବେଶ ନାମରେ ନାମିତ କରାଯାଇଥିବା କହିଛନ୍ତି ଧର୍ମେନ୍ଦ୍ର । ସେ କହିଛନ୍ତି ଯେ ତାଳଚେର ସାର କାରଖାନା କାର୍ଯ୍ୟକାରୀ ହୋଇ ହୃତ ଗୌରବ ଫେରାଇ ଆଣିବ । ଚାଷୀ ଓ ଶ୍ରମିକଙ୍କ ମୁହଁରେ ହସ ଫୁଟିବ । ଯୁବାବର୍ଗ ନିୟୋଜିତ ହେବେ । ସେହିପରି ଅତିଶିଘ୍ର ରାଜ୍ୟର ୧୩ ଜିଲ୍ଲାକୁ ସିଟି ଗ୍ୟାସ ଯୋଜନାରେ ସାମିଲ କରାଯାଇ ପାଇପ ଲାଇନ ମାଧ୍ୟମରେ ଗ୍ୟାସ ପହଂଚାଇ ଦିଆଯିବ ବୋଲି ମନ୍ତ୍ରୀ ପ୍ରଧାନ ଢେଙ୍କାନାଳ ସର୍କିଟ ହାଉସ୍ ଠାରେ ରବିବାର ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚାଇଥିଲେ ।
 

17/09/2018

Leave a Reply

Your email address will not be published. Required fields are marked *

Comments