Bikash Khabar
କେନ୍ଦୁଝର ବଳଦେବଜୀଉ ରଥ ପାଇଲା ବିଶ୍ୱର ସର୍ବୋଚ୍ଚ ରଥର ମାନ୍ୟତା

କେନ୍ଦୁଝରର ପ୍ରସିଦ୍ଧ ବଳଦେବଜୀଉଙ୍କ ନନ୍ଦିଘୋଷ ରଥକୁ ସର୍ବୋଚ୍ଚ ରଥ ଭାବେ ମାନ୍ୟତା ଦେଇଛି ଇଣ୍ଡିଆ ବୁକ ଅଫ୍ ରେକର୍ଡ଼ । ଏହି ସଂସ୍ଥାର ଅନ୍ୟତମ ବିଚାରକ ରାଜେଶ କୁମାର ବର୍ମା କେନ୍ଦୁଝରରେ ପହଂଚି ରଥର ଉଚ୍ଚତା ଯାଂଚ ପରେ ଦେବୋତ୍ତର ଅଧିକାରୀଙ୍କୁ ମାନପତ୍ର, ପଦକ ଓ ଲୋଗୋ ପ୍ରଦାନ କରିଛନ୍ତି ।

୭୨ ଫୁଟ ଉଚ୍ଚ ଓ ୪୫ ଫୁଟ ପ୍ରସ୍ତ ତଥା ୧୬ ଚକ ବିଶିଷ୍ଟ ଶ୍ରୀବଳଦେବଜୀଉଙ୍କ ରଥ ସମଗ୍ର ବିଶ୍ୱରେ ସର୍ବାଧିକ ଉଚ୍ଚତା ବିଶିଷ୍ଟ ରଥ ଭାବେ ବିବେଚିତ ହୋଇଆସୁଥିବାବେଳେ ଏବେ ଏହା ନୁଆ ମାନ୍ୟତା ପାଇଛି । ଆଗରୁ ଏହା ଗ୍ଲୋବାଲ ରେକର୍ଡ଼ସ, ଏସିଆ ପାସିଫିକ ରେକର୍ଡ଼ସ, ଇଣ୍ଡିଆର ନ୍ୟାସନାଲ ରେକର୍ଡ଼ସ ଏବଂ ବିଟ୍ରେନର ୱାଣ୍ଡର ବୁକ୍ ଅଫ ରେକଡ୍ସ ଇଣ୍ଟର ନ୍ୟାସନାଲ ପକ୍ଷରୁ ବିଶ୍ୱର ଉଚ୍ଚତମ ରଥ ଭାବେ ମାନ୍ୟତା ପାଇଛି ।
ରଥର ଉଚ୍ଚତା ଏବଂ ପ୍ରସ୍ଥ କାରଣରୁ ବଡ଼ଦାଣ୍ଡରେ ସ୍ଥାନାଭାବରୁ କେନ୍ଦୁଝରର ଏହି ରଥ ଦକ୍ଷିଣ ମୋଡ଼ ହୋଇନଥାଏ । ବାହୁଡ଼ା ପୂର୍ବରୁ ରଥର ସିଂହାସନ ପଟିକୁ କେବଳ ବଦଳାଇ ଦିଆଯାଇଥାଏ । ରାଜା ରାଜୁଡ଼ା ଅମଳରୁ କେନ୍ଦୁଝରର ଏହି ରଥର ଉଚ୍ଚତା ଆହୁରି ଅଧିକ ଥିଲା । ତେବେ କାଠ ମିଳିବା ସମସ୍ୟା କାରଣରୁ କମ୍ କରି ଦିଆଯାଇଛି । ତେବେ ବି ଏହା ବିଶ୍ୱର ଏକ ନୁଆ କୀର୍ତ୍ତିମାନ ସୃଷ୍ଟି କରିଛି ।

11/02/2019

Leave a Reply

Your email address will not be published. Required fields are marked *

Comments