Bikash Khabar
ଭିନ୍ନକ୍ଷମ ଶିକ୍ଷୟତ୍ରୀ ତମନ୍ନା ଚୋନା ଏବେ ଅନେକଙ୍କ ପାଇଁ ଉଦାହରଣ

ତମନ୍ନା ଚୋନା ଜଣେ ସାଧାରଣ ମଣିଷ କିନ୍ତୁ ତାଙ୍କର ରହିଛି ଅସାଧାରଣ କ୍ଷମତା  ଓ ପ୍ରଚଣ୍ଡ ଇଚ୍ଛାଶକ୍ତି । ୩୫ ବର୍ଷ ବୟସ୍କା ତମନ୍ନା ଜଣେ ଭିନ୍ନକ୍ଷମ । ଜନ୍ମରୁ ସେରିବ୍ରାଲ ପାଲସୀରେ ପୀଡ଼ିତ ତମନ୍ନା ନିଜର ଏହି ଅସାଧ୍ୟ ରୋଗ ସହ ଲଢି ବିଜୟୀ ହୋଇଛନ୍ତି । ନେସନାଲ ଇନଷ୍ଟିଚ୍ୟୁଟ ଅଫ ଓପନ୍ ସ୍କୁଲିଙ୍ଗ ମାଧ୍ୟମରେ ଦ୍ୱାଦଶ ଉତ୍ତୀର୍ଣ୍ଣ ହେବା ପରେ ସେ ଦିଲ୍ଲୀ ପବ୍ଲିକ ସ୍କୁଲରେ ଶିକ୍ଷୟତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରୁଛନ୍ତି ।
କେବଳ ସେତିକି ନୁହେଁ ତମନ୍ନା ନାମରେ ଏକ ସାମାଜିକ ସଂଗଠନ ଗଢିଛନ୍ତି ନିଜେ ତମନ୍ନା । ୧୯୮୪ ମାର୍ଚ୍ଚ ମାସରେ ପଞ୍ଜିକୃତ ଏହି ସଂସ୍ଥା ମେଣ୍ଟାଲି ଚ୍ୟାଲେଞ୍ଜ ଓ ଅଟିଜିମ ଗ୍ରସ୍ତ ଶିଶୁମାନଙ୍କ ଶିକ୍ଷା ପାଇଁ ଅଭିନବ ପ୍ରୟାସ ଜାରି କରିଛି । ମାନସିକ ବିକାରଗ୍ରସ୍ତ ୩୦ରୁ ଊଦ୍ଧ୍ୱର୍ ପିଲାଙ୍କ ଯତ୍ନ ଓ ଦାୟିତ୍ୱ ନେଇ ସାଧାରଣ ସ୍କୁଲରେ ଭର୍ତ୍ତି କରାଇବା ଦିଗରେ ସଶକ୍ତ ପଦକ୍ଷେପ ନେଇପାରିଛନ୍ତି ତମନ୍ନା । ପ୍ରାଇଭେଟ ସ୍କୁଲରେ ଭିନ୍ନକ୍ଷମ ଶିଶୁମାନଙ୍କ ଶିକ୍ଷାର ବ୍ୟବସ୍ଥା ପାଇଁ ସେ ନିଜର ଏକ ପ୍ରକଳ୍ପ ଆରମ୍ଭ କରି ଦୃଷ୍ଟାନ୍ତ ସୃଷ୍ଟି କରିଛନ୍ତି ।
 

11/09/2018

Leave a Reply

Your email address will not be published. Required fields are marked *

Comments