Bikash Khabar
ଚାଲିଛି ମାନସ ମନ୍ଥନ, ସଚ୍ଚୋଟ ଟିକସ ଦାତାଙ୍କୁ ମିଳିବ ଅନେକ ସମ୍ମାନ

ଜାପାନରେ ସଚ୍ଚୋଟ ଟିକସଦାତାଙ୍କୁ ରାଜାଙ୍କ ସହ ଫଟୋ ଉଠାଇବାର ସୁଯୋଗ ମିଳୁଛି । ଦକ୍ଷିଣ କୋରିଆରେ ମାଗଣା ପାର୍କିଂ କରିବାର ସୁବିଧା ପାଉଛନ୍ତି ଟିକସ ଦାତା । ପାକିସ୍ଥାନ ୧୦୦ ଶ୍ରେଷ୍ଠ ଟିକସଦାତାଙ୍କୁ ପୁରସ୍କୃତ କରୁଥିବାବେଳେ ଭାରତ ସଚ୍ଚୋଟ ଟିକସ ଦାତାଙ୍କ ପାଇଁ ଏକାଧିକ ସମ୍ମାନ ପ୍ରଦାନ ଦିଗରେ ମାନସ ମନ୍ଥନ ଆରମ୍ଭ କରିିଛି ।
ଦେଶରେ ଟିକସ ନିୟମ ପାଳନ କରିବା ପାଇଁ ଏକ ଉତ୍ତମ ସଂସ୍କୃତି ସୃଷ୍ଟି କରିବା ଲକ୍ଷ୍ୟ ନେଇ ସରକାର ସଚ୍ଚୋଟ ଟିକସଦାତାଙ୍କୁ ବିଭିନ୍ନ ପ୍ରକାର ସୁବିଧା ପ୍ରଦାନ କରିବା ଉପରେ ବିଚାର କରୁଛନ୍ତି । କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ଼ ପକ୍ଷରୁ ଏନେଇ ଏକ ସ୍ମିମ ପ୍ରସ୍ତୁତ କରାଯାଇଛି । ସଚ୍ଚୋଟ ଟିକସଦାତାଙ୍କୁ ରାଜ୍ୟପାଳଙ୍କ ସହ ଚା ପାନ କରିବାର ସୁଯୋଗ ପ୍ରଦାନ ସହିତ ପାସପୋର୍ଟରେ ଅଗ୍ରାଧିକାର ଓ ଉତ୍ସର୍ଗିକୃତ ଟୋଲ୍ ଲେନରେ ଯାତାୟତ କରିବା ସୁଯୋଗ ପ୍ରଦାନ କରିବା ଦିଗରେ ଚିନ୍ତା କରାଯାଉଛି । 
 

10/10/2018

Leave a Reply

Your email address will not be published. Required fields are marked *

Comments