Bikash Khabar
ଚା ଦୋକାନୀଙ୍କ ଝିଅ ପଢିବେ ଆମେରିକାରେ, ମିଳିଲା ୩.୮ କୋଟି ଟଙ୍କାର ବୃତ୍ତି

  ଚା ବିକି ପରିବାର ପ୍ରତିପୋଷଣ କରୁଥିବା ଗରିବ ବାପା ଜିତେନ୍ଦ୍ର ଭାଟିଙ୍କ ଝିଅ ସୁଦୀକ୍ଷା ସିବିଏସଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ସାରା ଜିଲ୍ଲାରେ ଟପ୍ ହେବା ସହ ପରବର୍ତ୍ତି ପାଠ ପଢା ପାଇଁ ଆମେରିକା ଠାରୁ ୩.୮ କୋଟି ଟଙ୍କାର ବୃତ୍ତି ଅଫର ପାଇଛନ୍ତି । ସେ ଆସନ୍ତା ଅଗଷ୍ଟ ମାସରେ ଆମେରିକା ଯିବେ । ଆମେରିକାରୁ ଭିସା ପାଇବା ପାଇଁ ସେ ଏବେ ଅପେକ୍ଷାରେ ଅଛନ୍ତି ।

ଉତ୍ତରପ୍ରଦେଶ ଦାଦରୀ ବ୍ଲକ ମାନିକପୁର ଗ୍ରାମର ସୁଦୀକ୍ଷା ଭାଟିଙ୍କ ଜନ୍ମ ଏକ ଗରିବ ପରିବାରରେ । ତାଙ୍କର ପିତା ଜିତେନ୍ଦ୍ର ଏକ ଚା ଦୋକାନ ଆୟରେ ପରିବାର ଚଳାନ୍ତି । ବଡ଼ କଷ୍ଟରେ ୫-୬ ହଜାର ଟଙ୍କା ଆୟରେ ଚଳେ ତାଙ୍କ ପରିବାର । ଭଲ ପାଠ ପଢିଲେ ବଡ଼ ଚାକିରୀ କରି ପରିବାରର ଦୁଃଖ ଦୂର କରିହେବ ବୋଲି ସୁଦୀକ୍ଷା ପାଠ ପଢିଲା ଦିନ ଠାରୁ ପରିକଳ୍ପନା କରନ୍ତି । ସ୍ୱପ୍ନକୁ ସାକାର ପାଇଁ ସେ ଦିନରାତି ମେହନତ କରି ପାଠ ପଢନ୍ତି । ଦଶମ ଶ୍ରେଣୀରେ ପୁରା ଜିଲ୍ଲାରେ ପ୍ରଥମ ହେବା ସହ ବିଜ୍ଞାନ ବିଷୟ ନେଇ ଦ୍ୱାଦଶରେ ଜିଲ୍ଲା ଟପ୍ପର ସୁଦୀକ୍ଷାଙ୍କ ସ୍ୱପ୍ନରେ ଡ଼େଣା ଖଞ୍ଜିଥିଲା । ପରୀକ୍ଷା ଫଳ ପ୍ରକାଶ ପରେ ଗଣମାଧ୍ୟମର ଶିରୋନାମାକୁ ଆସିଥିଲେ ସୁଦୀକ୍ଷା । ବିଭିନ୍ନ ସଂଗଠନ ପକ୍ଷରୁ ସମ୍ବର୍ଦ୍ଧନା ପରେ ତାଙ୍କ ନିକଟକୁ ଆସିଥିଲା ଏକ ଲୋଭନୀୟ ଅଫର । ଉଚ୍ଚ ଶିକ୍ଷା ପାଇଁ ଆମେରିକା ବିଶ୍ୱବିଦ୍ୟାଳୟ ତାଙ୍କୁ ଛାତ୍ର ବୃତ୍ତି ଦେବାକୁ ସମ୍ପତ୍ତି ପ୍ରକାଶ କରିବା ପରେ ସୁଦୀକ୍ଷା ଏବେ ଆମେରିକା ଯାତ୍ରା ପାଇଁ ପ୍ରସ୍ତୁତିରେ ଲାଗିଛନ୍ତି । ଆମେରିକାର ୱାବସନ କଲେଜ ୪ବର୍ଷ ପାଇଁ ପୂର୍ଣ୍ଣକାଳୀନ ବୃତ୍ତି ରାଶି ପ୍ରଦାନ କରୁଥିବା ସୁଦୀକ୍ଷାଙ୍କ ସ୍କୁଲ ସୂତ୍ରରୁ ଜଣାପଡ଼ିଛି । 

03/07/2018

Leave a Reply

Your email address will not be published. Required fields are marked *

Comments