Bikash Khabar
ଉର୍ଦ୍ଦୁ ମାଧ୍ୟମରେ ଅଧ୍ୟୟନ କରୁଥିବା ବିଦ୍ୟାର୍ଥିମାନେ ପାଇବେ ବୈଷୟିକ ଶିକ୍ଷା

ସିଙ୍ଗାପୁରରୁ ବିଶେଷଜ୍ଞ ଆସି ଓଡ଼ିଶାରେ ସଂଖ୍ୟାଲଘୁ ପିଲାମାନଙ୍କୁ ପାଠ ପଢାଇବେ । ସେମାନଙ୍କୁ ଯୋଗାଇଦେବେ ବୈଷୟିକ ଜ୍ଞାନ କୌଶଳ । ଆଇଟିଆଇ ତଥା ଡ଼ିପ୍ଲୋମା ଶିକ୍ଷାଲାଭ କରୁଥିବା ସଂଖ୍ୟାଲଘୁ ଛାତ୍ରଛାତ୍ରୀଙ୍କୁ ପ୍ରଶିକ୍ଷଣ ଦେବା ପାଇଁ ଓଡ଼ିଶା ସରକାର ଆଇଟିଇଇଏଫ ସହ ଚୁକ୍ତିନାମାରେ ସ୍ୱାକ୍ଷରିତ କରିଛନ୍ତି । ଏହି ଚୁକ୍ତିନାମା ଅନୁସାରେ ସିଙ୍ଗାପୁରରୁ ବିଶେଷଜ୍ଞମାନେ ଏଠାକୁ ଆସି ପାଠ ପଢାଇବେ । ଆବଶ୍ୟକ ପଡ଼ିଲେ ଅଧିକ ଜ୍ଞାନକୌଶଳ ପାଇଁ ସେମାନଙ୍କୁ ସିଙ୍ଗାପୁର ନେବେ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ।

ମୌଲାନା ଆଜାଦ ଉର୍ଦ୍ଦୁ ବିଶ୍ୱବିଦ୍ୟାଳୟ କଟକ ଶାଖାର ଶିଳାନ୍ୟାସ କରି ମୁଖ୍ୟମନ୍ତ୍ରୀ ଏପରି ସୂଚନା ଦେଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଉର୍ଦ୍ଦୁ ଭାଷା ମାଧ୍ୟମରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀମାନେ ବୈଷୟିକ ଶିକ୍ଷା ଲାଭ କରିପାରିବେ । ସୂଚନା ଯୋଗ୍ୟ ଯେ ହାଇଦ୍ରାବାଦରେ ଥିବା ମୌଲାନା ଅବୁଲ କାଲାମ ଆଜାଦ ଉର୍ଦ୍ଦୁ ବିଶ୍ୱବିଦ୍ୟାଳୟର ସଂପ୍ରସାରିତ ଶାଖା କଟକ ସିଡ଼ିଏ ଠାରେ ଶିଳାନ୍ୟାସ ହୋଇଛି । ଉର୍ଦ୍ଦୁ ଭାଷା ମାଧ୍ୟମରେ ପଲିଟେକନିକ ଏବଂ ଆଇଟିଆଇ ଶିକ୍ଷାଦାନ ଦିଆଯିବ । ୪ଟି ଟ୍ରେଡ଼ରେ ୩୬୦ ସିଟ୍ ରହିଛି । ୟୁଜିସି ମଞ୍ଜୁରପ୍ରାପ୍ତ ଏହି ବିଶ୍ୱବିଦ୍ୟାଳୟ ପାଇଁ ୮୬ କୋଟି ଟଙ୍କା ମଞ୍ଜୁର ହୋଇଛି । 
 

06/12/2018

Leave a Reply

Your email address will not be published. Required fields are marked *

Comments