Bikash Khabar
ତାତିରେ ଟିଟିଲାଗଡ଼, ତାଳଚେରକୁ ଟପିଗଲା ଭୁବନେଶ୍ୱର

ପ୍ରବଳ ରୌଦ୍ରତାପ ପାଇଁ ପରିଚିତ ଥିବା ଟିଟିଲାଗଡ଼ ଓ ତାଳଚେର ତାପମାତ୍ରାକୁ ପଛରେ ପକାଇ ଦେଇଛି ଭୁବନେଶ୍ୱର । ମଙ୍ଗଳବାର ତାଳଚେରର ସର୍ବାଧିକ ତାପମାତ୍ରା ୪୩.୩ ଡ଼ିଗ୍ରୀ ଥିବାବେଳେ ଟିଟିଲାଗଡ଼ର ତାପମାତ୍ରା ଥିଲା ୪୨.୦ ଡ଼ିଗ୍ରୀ । କିନ୍ତୁ ରାଜଧାନୀ ଭୁବନେଶ୍ୱର ୪୩.୭ ଡ଼ିଗ୍ରୀକୁ ପହଂଚି ରାଜ୍ୟର ସବୁଠୁ ଉତ୍ତପ୍ତ ସହର ଭାବେ ପୁଣି ତାର ପରିଚୟ ସୃଷ୍ଟି କରିଛି । କେବଳ ରାଜ୍ୟର ନୁହେଁ ରାଜଧାନୀ ଭୁବନେଶ୍ୱର ମଙ୍ଗଳବାର ଦେଶର ସବୁଠାରୁ ତତଲା ସହର ହୋଇଛି ।

ଭୁବନେଶ୍ୱର, କଟକ, ଗୋପାଳପୁର, ଅନୁଗୋଳ, ଝାରସୁଗୁଡ଼ା, ତାଳଚେର, ଟିଟିଲାଗଡ଼ ଓ ମାଲକାନଗିରି ସହର ମଙ୍ଗଳବାର ୪୦ ଡ଼ିଗ୍ରୀ ଅତିକ୍ରମ କରିଥିଲା । ପାରାଦୀପରେ ସବୁଠୁ କମ୍ ୩୨.୬ ଡ଼ିଗ୍ରୀ ଥିବାବେଳେ ପୁରୀରେ ୩୩.୬ ଡ଼ିଗ୍ରୀ ଓ ଦାରିଙ୍ଗିବାଡ଼ିରେ ୩୬.୨ ଡ଼ିଗ୍ରୀ ତାପମାତ୍ରା ଥିବା ରେକର୍ଡ଼ କରାଯାଇଛି । ୨୧ ତାରିଖ ପର୍ଯ୍ୟନ୍ତ ଏପରି ଅବସ୍ଥା ଲାଗି ରହିବ ଓ ଗରମ ବଢିବ ବୋଲି ଭୁବନେଶ୍ୱର ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି ।

17/03/2019

Leave a Reply

Your email address will not be published. Required fields are marked *

Comments