ବିଘ୍ନ ବିନାଶକ ଗଜାନନଙ୍କ ଭସାଣୀ ଉତ୍ସବ ଆରମ୍ଭ ହେଉଛି । ଆଗାମୀ ୧୨ ଦିନ ପର୍ଯ୍ୟନ୍ତ ଦ୍ୱୈତ ସହରର ବିଭିନ୍ନ ପୂଜା ମଣ୍ଡପ ଗୁଡ଼ିକ ମୂର୍ତ୍ତି ବିସର୍ଜନ କରିବେ । ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ତିନୋଟି ଅସ୍ଥାୟୀ ପୋଖରୀ ଖୋଳା ଯାଇଛି ।
ନଦୀ ଜଳକୁ ପ୍ରଦୂଷଣମୁକ୍ତ କରିବା ପାଇଁ ବିଏମସି ପକ୍ଷରୁ ଏଭଳି ଅସ୍ଥାୟୀ ପୋଖରୀ ଖୋଳା ଯାଇଥାଏ । ଏହା ପାର୍ବଣ ଋତୁ ସରିବା ଯାଏ ଖୋଲା ରହିଥାଏ । ଚଳିତ ବର୍ଷ ବିଏମସି କୁଆଖାଇ ନଦୀ ପଠାରେ ୨ଟି ଓ ଦୟାନଦୀ ପଠାରେ ଗୋଟିଏ ପୋଖରୀ ଖୋଳିଛି । କୁଆଖାଇ ନଦୀର ପାଣ୍ଡରା ଏବଂ ଟଙ୍କପାଣି ରୋଡ଼ଠାରେ ପୋଖରୀ ଖୋଳାଯାଇଥିବାବେଳେ ଲିଙ୍ଗିପୁରଠାରେ ଦୟାନଦୀରେ ଆଉ ଗୋଟିଏ ଖୋଳାଯାଇଛି । ଦୁର୍ଗା ପୂଜା ପରେ ମୂର୍ତ୍ତି ଗୁଡ଼ିକୁ ବିସର୍ଜନ ପାଇଁ ୧୦୦ ପୋଖରୀ ଖୋଳାଯିବ ବୋଲି ବିଏମସିର ସିଟି ଇଞ୍ଜିନିୟର ଦେବ ସୁନ୍ଦର ମହାପାତ୍ର କହିଛନ୍ତି ।
15/09/2018