Bikash Khabar
କରୋନା ସଂକ୍ରମିତଙ୍କ ପରିଚୟ ପ୍ରଘଟ ହେବନାହିଁ,ସରକାରଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କରୋନା ଭୂତାଣୁ ସଂକ୍ରମିତ (କୋଭିଡ-୧୯ ପଜିଟିଭ୍) ବ୍ୟକ୍ତିଙ୍କ ପରିଚୟ ବାହାରେ ପ୍ରକାଶ କରାଯିବ ନାହିଁ। ସଂକ୍ରମିତଙ୍କ ପରିଚୟ ଗଣମାଧ୍ୟମ, ସାମାଜିକ ଗଣମାଧ୍ୟମ ଏମିତିକି ଅଥବା ବିଭିନ୍ନ ସରକାରୀ ବିଭାଗ ମଧ୍ୟରେ ତଥ୍ୟ ଆଦାନପ୍ରଦାନରେ ବି ପ୍ରକାଶ କରାଯିବନାହିଁ। ରାଜ୍ୟ ଭିତରେ ଥିବା କୋଭିଡ ସେଣ୍ଟର, ସରକାରୀ ଅଥବା ଘରୋଇ ହସ୍ପିଟାଲ, ସଂଗରୋଧ କେନ୍ଦ୍ରରେ ଭର୍ତ୍ତି ହୋଇଥିବା ବ୍ୟକ୍ତି କରୋନା ଭୂତାଣୁ ସଂକ୍ରମିତ ଜଣାପଡ଼ିବାପରେ ସେମାନଙ୍କ ପରିଚୟ ଯେପରି ବାହାରେ ପ୍ରଘଟ ନହେବ, ତାହା ସରକାର ନିଶ୍ଚିତ କରିବେ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟ ବିଚାରପତି ଜଷ୍ଟିସ ମହମ୍ମଦ ରଫିକ୍ ଡକ୍ଟର ଜଷ୍ଟିସ ବି.ଆର.ଷଡଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏଭଳି ନିର୍ଦ୍ଦେଶ ଦେଇଥିବାବେଳେ ଶୁଣାଣି ସମୟରେ ଉପସ୍ଥିତ ଆଡଭୋକେଟ ଜେନେରାଲ ଅଶୋକ କୁମାର ପରିଜା ଖଣ୍ଡପୀଠଙ୍କ ନିର୍ଦ୍ଦେଶ ଏବଂ କୋଭଡି-୧୯ ପରିଚାଳନା ସଂପର୍କିତ ଭାରତ ସରକାରଙ୍କ ନିୟମାବଳୀ କାର୍ଯ୍ୟକାରୀ କରାଯିବା ଦିଗରେ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ।

30/05/2020

Leave a Reply

Your email address will not be published. Required fields are marked *

Comments