Bikash Khabar
ବିଦେଶୀ ପାଣ୍ଠି ପାଇଁ ଏନ୍‌ଜିଓ ଦେବେ ‘ଆଧାର’, ୨୦%ରେ ସୀମିତ ରହିବ ପ୍ରଶାସନିକ ଖର୍ଚ୍ଚ

ବିଦେଶୀ ପାଣ୍ଠି ପାଇବା ପାଇଁ ବେସରକାରୀ ସଂଗଠନ ରେ ହେରଫେର କରିବା ଆଉ ସେତେଟା ସହଜ ହେବନାହିଁ ଏନଜିଓ ଗୁଡ଼ିକୁ ବିଦେଶୀ ପାଣ୍ଠି ପାଇବାକୁ ହେଲେ ସେମାନଙ୍କ ପରିଚାଳନା କର୍ତ୍ତୃପକ୍ଷଙ୍କୁ ଏବେ ଆଧାରନମ୍ବର ଦେବାକୁ ହେବ। ଏନଜିଓ ପରିଚାଳନା କରୁଥିବା ସବୁ ପଦାଧିକାରୀମାନଙ୍କୁ ସେମାନଙ୍କ ଆଧାର ଦେବାକୁ ହେବ। ସରକାର ଏଥିପାଇଁ ବିଦେଶୀ ଅନୁଦାନ  (ନିୟନ୍ତ୍ରଣ) ଆଇନ ୨୦୧୦ରେ ସଂଶୋଧନ ଆଣିବା ଲାଗି ଲୋକସଭାରେ ବିଲ୍ଆଗତ କରିଥିଲେ। ବିଦେଶୀ ଅନୁଦାନ  (ନିୟନ୍ତ୍ରଣ) ସଂଶୋଧନ ବିଲ୍‌-୨୦୨୦ ମଧ୍ୟ ନିମ୍ନ ସଦନରେ ଆଜି ଗୃହୀତ ହୋଇଯାଇଛି। ଏଥିସହିତ ଏହି ବିଲ୍ରେ ଅନ୍ୟ କେତେକ ବ୍ୟବସ୍ଥା ମଧ୍ୟ ରହିଛି। ଏଥିସହିତ ସଂସ୍ଥାକୁ ମିଳିଥିବା ବିଦେଶୀ ପାଣ୍ଠିରୁ ୨୦ ପ୍ରତିଶତରୁ ଅଧିକ ଅର୍ଥ କୌଣସି ପରିସ୍ଥିତିରେ ପ୍ରଶାସନିକ ଖର୍ଚ୍ଚ କାର୍ଯ୍ୟରେ ଲଗାଯାଇ ପାରିବ ନାହିଁ। ପୂର୍ବରୁ ଏନଜିଓଗୁଡ଼ିକ ୫୦ ପ୍ରତିଶତ ପର୍ଯ୍ୟନ୍ତ ଅର୍ଥକୁ ପ୍ରଶାସନିକ ଖର୍ଚ୍ଚରେ ଲଗାଉଥିଲେ ସେହିଭଳି ଏହି ବିଲ୍ସଂଶୋଧନ ହେଲେ କୌଣସି ସରକାରୀ ଚାକିରିଆ ବିଦେଶୀ ପାଣ୍ଠି ଗ୍ରହଣ କରିପାରିବେ ନାହିଁ। କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାଏ ଉକ୍ତ ବିଲ୍କୁ ଆଗତ କରିଛନ୍ତି। ବିଲ୍ ଉପରେ ଅନୁଷ୍ଠିତ ବିତର୍କର ଉତ୍ତରରେ ମନ୍ତ୍ରୀ କହିଛନ୍ତି, ଏହି ବିଲ୍ କୌଣସିଏନଜିଓ ବିରୋଧରେ ନୁହେଁ। ସେହିଭଳି ଏହା କୌଣସି ଧର୍ମ ବିରୋଧରେ ମଧ୍ୟ ନୁହେଁ। ଏହା ବିଦେଶୀ ପାଣ୍ଠିକୁ ମଧ୍ୟ ରୋକିବ ନାହିଁ। ସେହିଭଳିକାହାରିକୁ ଡରାଇବା, ଧମକାଇବା ବା ଦବାଇ ଦେବା ପାଇଁ ମଧ୍ୟ ଏହି ବିଲ୍ ଉଦ୍ଦିଷ୍ଟ ନୁହେଁ। ବିଦେଶରୁ ଆସୁଥିବା ଅର୍ଥ ଯେଭଳି ଜନହିତ କାର୍ଯ୍ୟରେ ଖର୍ଚ୍ଚ ହେବ ତାହାକୁ ନିଶ୍ଚିତ କରିବା ପାଇଁ ଉକ୍ତ ଆଇନରେ ସଂଶୋଧନ ଅଣାଯାଉଛି।

22/09/2020

Leave a Reply

Your email address will not be published. Required fields are marked *

Comments