Bikash Khabar
ଓଡ଼ିଶା ଚାଷୀଙ୍କ ବାର୍ଷିକ ଆୟ ୯୨,୭୭୨ ଟଙ୍କା

ଓଡ଼ିଶାରେ ଚାଷୀ ପରିବାରର ହାରାହାରି ବାର୍ଷିକ ଆୟ ହେଉଛି ୯୨,୭୭୨ ଟଙ୍କା। ଜାତୀୟ ସ୍ତରର ହାରାହାରି ଆୟ ,୦୭,୧୭୨ ଟଙ୍କା ଠାରୁ ଏହା ପ୍ରାୟ ୧୪ ହଜାର ଟଙ୍କା କମ୍। ଛତିଶଗଡ଼, ଗୁଜରାଟ, ହରିୟାଣା, ହିମାଚଳପ୍ରଦେଶ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ପଞ୍ଜାବ, ରାଜସ୍ଥାନ, ତାମିଲନାଡୁ, ତେଲେଙ୍ଗାନା, ଉତ୍ତରାଖଣ୍ଡ ପଶ୍ଚିମବଙ୍ଗର ଚାଷୀ ପରିବାରଗୁଡ଼ିକର ବାର୍ଷିକ ହାରାହାରି ଆୟ ଓଡ଼ିଶା ଠାରୁ ଯଥେଷ୍ଟ ଅଧିକ ରହିଛି। ପଞ୍ଜାବ ଚାଷୀ ପରିବାରର ବାର୍ଷିକ ହାରାହାରି ଆୟ ସର୍ବାଧିକ ,୭୭,୫୯୬ ଟଙ୍କା ରହିଛି। ଗୁଜରାଟ ଚାଷୀ ପରିବାର ମଧ୍ୟ ବର୍ଷକୁ ହାରାହାରି ଲକ୍ଷ ୨୧ ହଜାର ଟଙ୍କା ରୋଜଗାର କରୁଛନ୍ତି। ଓଡ଼ିଶାରେ -ନାମ୍ରେ ପଞ୍ଜୀକୃତ ଥିବା ମଣ୍ଡି ସଂଖ୍ୟା ୪୧ ଥିବା ବେଳେ ୧୯୭୬ ବ୍ୟବସାୟୀ ୮୧,୫୨୫ ଜଣ ଚାଷୀ ପଞ୍ଜିକୃତ ଅଛନ୍ତି ବୋଲି ଏସ୍ବିଆଇ ଇକୋରାପ୍ ରିପୋର୍ଟରୁ ଜଣାପଡ଼ିଛି ଏହି ରିପୋର୍ଟରୁ ଜଣାପଡ଼ିଛି ଯେ ଦେଶର ମାତ୍ର ୧୫ ପ୍ରତିଶତ ଚାଷୀ ପରିବାର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍ଏସ୍ପି) ବିଷୟରେ ଜାଣନ୍ତି। ଏହାର ଅର୍ଥ ହେଉଛି ଦେଶର ୮୫ ପ୍ରତିଶତ ଚାଷୀ ପରିବାର ଏମ୍ଏସ୍ପି ବ୍ୟବସ୍ଥା ବିଷୟରେ କିଛି ଜାଣିନାହାନ୍ତି। ୧୯% ଚାଷୀ ପରିବାର ସରକାରୀ ଶସ୍ୟ ସଂଗ୍ରହ ଏଜେନ୍ସି ବିଷୟରେ ଅବଗତ ଅଛନ୍ତି। ୯୩ ପ୍ରତିଶତ ଚାଷୀ ସେମାନଙ୍କ ଉତ୍ପାଦିତ ସାମଗ୍ରୀକୁ ଖୋଲା ବଜାରରେ ବିକ୍ରି କରନ୍ତି। ଏନ୍ଏସ୍ଏସ୍ ୭୦ତମ ପର୍ଯ୍ୟାୟ ସର୍ଭେରୁ ଏହି ତଥ୍ୟ ମିଳିଛି ବୋଲି ଏସ୍ବିଆଇ ଇକୋରାପ୍ ରିପୋର୍ଟରେ ଉଲ୍ଲେଖ ରହିଛି। କେନ୍ଦ୍ର ସରକାର ୨୩ ପ୍ରକାର ଫସଲ ପାଇଁ ସର୍ବନିମ୍ନ ସହାୟକ ମୂଲ୍ୟ ଘୋଷଣା କରନ୍ତି। କିନ୍ତୁ ସରକାର ସବୁ ପ୍ରକାର ଫସଲ କିଣନ୍ତି ନାହିଁ କିମ୍ବା କିଣିବାର ଅଭିପ୍ରାୟ ମଧ୍ୟ ରଖନ୍ତି ନାହିଁ।

14/10/2020

Leave a Reply

Your email address will not be published. Required fields are marked *

Comments