Bikash Khabar
ଆସିଲା ଆଣ୍ଟିଜେନ୍ କିଟ୍ : ଭୁବନେଶ୍ବର, କଟକ ଓ ଗଞ୍ଜାମରେ ଆରମ୍ଭ ହେବ ପରୀକ୍ଷା‌

ଓଡ଼ିଶାରେ ପହଞ୍ଚିଲା ୫ହଜାର ଆଣ୍ଟିଜେନ୍ କିଟ୍। ଏହି କିଟ୍କୁ ଗଞ୍ଜାମ, କଟକ ଭୁବନେଶ୍ବରରେ ପରୀକ୍ଷା ପାଇଁ ବ୍ୟବହାର କରାଯିବ ବୋଲି ସୂଚନା ମିଳିଛି। ନିକଟରେ ଆରଏମ୍ଆରସି ଭୁବନେଶ୍ବର ପକ୍ଷରୁ ହଜାର ଆଣ୍ଟିଜେନ୍ କିଟ୍ ଯୋଗାଇ ଦେବା ଲାଗି ରାଜ୍ୟ ସ୍ବାସ୍ଥ୍ୟ ବିଭାଗକୁ ଅନୁରୋଧ କରାଯାଇଛି। ଆଜି ଏହି କିଟ୍ ପହଞ୍ଚିବା ପରେ ଖୁବ୍ଶୀଘ୍ର ଏହି ୩ସ୍ଥାନରେ ପରୀକ୍ଷା ଆରମ୍ଭ ହେବ ବୋଲି ସୂଚନା ମିଳିଛି। ରାପିଡ୍ ଆଣ୍ଟିଜେନ୍କିଟ୍କୁ ଆରଏମ୍ଆରସି ପକ୍ଷରୁ ଅନୁମୋଦନ ଦିଆଯାଇଛି। ଦେଶବ୍ୟାପୀ ଏହି ପରୀକ୍ଷା କରାଯିବ। ରାଜ୍ୟ ସରକାର ଦକ୍ଷିଣ କୋରିଆର ଏକ କମ୍ପାନିଠାରୁ ଏହି ଆଣ୍ଟିଜେନ୍ କିଟ୍ଆଣିଛନ୍ତି। ଗଞ୍ଜାମରେ ୨୫୦୦, କଟକ ୨ହଜାର ଭୁବନେଶ୍ବରରେ ୫ଶହ କିଟ୍ ଜରିଆରେ ପରୀକ୍ଷା କରାଯିବ ବୋଲି ସୂଚନା ମିଳିଛି। ନିକଟରେ କଟକର ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରେ ବହୁ ସଂଖ୍ୟାରେ ରୋଗୀ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ।

07/07/2020

Leave a Reply

Your email address will not be published. Required fields are marked *

Comments