Bikash Khabar
ରାଜଧାନୀ ହେଉଛି ସ୍ୱାଭାବିକ,ଖୋଲିଲା ପାର୍କ,ଖୋଲିବ ତାରକା ହୋଟେଲ

 ରାଜଧାନୀର ସମସ୍ତ ବଡ଼ ପାର୍କ ଖୋଲି ଯାଇଛି। ରବିବାର ବିଡିଏ ଅଧୀନରେ ଥିବା ସମସ୍ତ ୭୦ଟି ପାର୍କ ବିଏମ୍ସି ଅଧୀନରେ ଥିବା ୧୫ଟି ପାର୍କ ଖୋଲିଛି। ଏହିପରି ୮୫ଟି ପାର୍କ ଆଜି ଖୋଲିଥିବା ବେଳେ ସୋମବାର ବିଏମ୍ସିର ବାକି ୪୦ଟି ପାର୍କ ଖୋଲିଥିଲା ପ୍ରାୟ ଦୁଇ ମାସ ବନ୍ଦ ରହିବା ପରେ ରବିବାର  ବିଡିଏ କର୍ତ୍ତୃପକ୍ଷ ସମସ୍ତ ପାର୍କ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି। ପୂର୍ବାହ୍ନରେ ରାଜଧାନୀର ତିନିଟି ପ୍ରମୁଖ ପାର୍କ ଫରେଷ୍ଟ ପାର୍କ, ଆଇଜି ପାର୍କ ମଧୁସୂଦନ ପାର୍କ ଖୋଲିଥିବା ବେଳେ ଅପରାହ୍ଣରେ ସବୁ ପାର୍କ ଖୋଲି ଦେଇଥିଲେ।ପାର୍କ ଗୁଡିକ ଖୋଲିଥିଲେ ମଧ୍ୟ ଜନଶୂନ୍ୟ ଥିବା ଦେଖିବାକୁ ମିଳିଥିଲା ମଙ୍ଗଳବାର ଠାରୁ ମୋ ବସ ଯାତାୟାତ ଯୋଜନା ରହିଛି ଖୁବ ଶୀଘ୍ର ରାଜଧାନୀର ତାରକା ହୋଟେଲ ଗୁଡିକ ଖୋଲିବା ସହିତ ରାଜଧାନୀ ଦୁଇମାସ ତଳର ରୂପ ଫେରିପାଇବା ପାଇଁ ପ୍ରୟାସ ଆରମ୍ଭ ହୋଇଛି ରାଜଧାନୀର ପାର୍କଗୁଡ଼ିକ ସକାଳ ୭ଟାରୁ ପୂର୍ବାହ୍ନ ୧୦ଟା ଅପରାହ୍ ୪ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ଖୋଲା ରହିବ। କିନ୍ତୁ ପାର୍କରେ ଥିବା ଦୋଳି, ପିଲାଙ୍କ ଖେଳ ସାମଗ୍ରୀ ମୁକ୍ତାକାଶ ଜିମ୍ବ୍ୟବହାର କରିପାରିବେନି। ଲୋକମାନେ କେବଳ ପାର୍କରେ ବସିବେ ଭ୍ରମଣ କରିପାରିବେ। କରୋନା ସଂକ୍ରମଣ ଆଶଙ୍କାରେ ଏଗୁଡ଼ିକୁ ବନ୍ଦ କରାଯାଇଛି।  ରବିବାର ଥିବାରୁ ପାର୍କ ଖୋଲି ଯାଇଥିବାରୁ ରାଜଧାନୀର ବିଭିନ୍ନ ପାର୍କରେ ଲୋକଙ୍କୁ ଦେଖିବାକୁ ମିଳିଥିଲା। ଯଦିଓ କରୋନା ପୂର୍ବ ଦିନଗୁଡ଼ିକ ଭଳି ଭିଡ଼ ନଥିଲା, କିନ୍ତୁ ଲୋକମାନେ ପାର୍କରେ ବୁଲିବାର ମଜା ନେଇଥିଲେ। କେବଳ ଏତିକି ନୁହେଁ, ପାର୍କ ଖୋଲୁଥିବାରୁ ପାର୍କ ବାହାରେ ଯେଉଁମାନେ ଖେଳନା, ଚାର୍ଟ, ଗୁପ୍ଚୁପ୍, ଝାଲ୍ମୁଢ଼ି ବିଭିନ୍ନ ଖାଦ୍ୟ ସାମଗ୍ରୀ ବିକନ୍ତି ସେଥିରୁ କିଛି ବ୍ୟବସାୟୀ ଆଜି ଷ୍ଟଲ୍ଖୋଲିଥିବା ଦେଖିବାକୁ ମିଳିଥିଲା।

26/05/2020

Leave a Reply

Your email address will not be published. Required fields are marked *

Comments