Bikash Khabar
ଲକ୍ଷାଧିକ ନିଯୁକ୍ତି ସୃଷ୍ଟି କରିବ କେନ୍ଦ୍ର ସରକାରଙ୍କ ଆର୍ଥିକ ପ୍ୟାକେଜ -ମୁଖ୍ୟମନ୍ତ୍ରୀ ଓଡିଶା

 କେନ୍ଦ୍ର ସରକାରଙ୍କ ପକ୍ଷରୁ ଦେଶର ଅର୍ଥନୀତିକୁ ପୁନରୁଦ୍ଧାର କରିବା ପାଇଁ ଘୋଷଣା କରାଯାଇଥିବା ଆର୍ଥିକ ପ୍ୟାକେଜ୍ଦେଶର ଲଘୁ, କ୍ଷୁଦ୍ର ଏବଂ ମଧ୍ୟମ (ଏମ୍ଏସ୍ଏମ୍) ଉଦ୍ୟୋଗ ପାଇଁ ଏକ ନୂଆ ଆଶା ସୃଷ୍ଟି କରିଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ଏହି ଆର୍ଥିକ ପ୍ୟାକେଜ୍ଦେଶର ବୃହତ୍ଏମ୍ଏସ୍ଏମ୍ କ୍ଷେତ୍ରରେ କାର୍ଯ୍ୟରତ ଶ୍ରମିକଙ୍କ ପାଇଁ ଲକ୍ଷାଧିକ ନିଯୁକ୍ତି ସୃଷ୍ଟି କରିବ। ନିଯୁକ୍ତି ସୃଷ୍ଟି ଏବଂ ଆର୍ଥିକ ପୁନରୁଦ୍ଧାର ନିମନ୍ତେ ଅଣାଯାଇଥିବା ଏହି ପ୍ୟାକେଜ୍କୋଭିଡ୍‌ -୧୯ ମହାମାରୀ ଏବଂ ଏହାର ପରବର୍ତ୍ତୀ ସମୟରେ ହୋଇଥିବା ଲକ୍ଡାଉନ୍ଯୋଗୁଁ ପ୍ରଭାବିତ ଶ୍ରମିକ ଶ୍ରେଣୀର ଲୋକଙ୍କ ସମସ୍ୟା ଦୂର କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।ସୂଚନା ଯୋଗ୍ୟ ଯେଏମ୍ଏସ୍ଏମ୍ ଶିଳ୍ପ ପାଇଁ ଲକ୍ଷ କୋଟି ଟଙ୍କାର ବନ୍ଧକମୁକ୍ତ ଋଣ, ୨୦ ହଜାର କୋଟି ଟଙ୍କାର ସବଅର୍ଡିନେଟ୍ ଋଣ ୫୦ ହଜାର କୋଟି ଟଙ୍କାର ଫଣ୍ଡସ୍ଅଫ୍ଫଣ୍ଡ୍ବିଷୟରେ ଘୋଷଣା କରାଯାଇଛି। ସରକାରୀ କ୍ରୟ ପ୍ରକ୍ରିୟାର ଲାଭ ଏମ୍ଏସ୍ଏମ୍ଇ ପର୍ଯ୍ୟନ୍ତ ପହଞ୍ଚାଇବା ଲାଗି ୨୦୦ କୋଟି ଟଙ୍କା ପର୍ଯ୍ୟନ୍ତ କାରବାର ପାଇଁ ବିଶ୍ବ ସ୍ତରୀୟଟେଣ୍ଡର୍ଆହ୍ବାନ ନକରିବାକୁ ନିଷ୍ପତ୍ତି ନିଆଯାଇଛି। ଏଥି ସହିତ ସରକାର ଏମ୍ଏସ୍ଏମ୍ଇଗୁଡ଼ିକର ସଂଜ୍ଞା ବଦଳାଇ ଦେଇଛନ୍ତି। ନିବେଶ ଏବଂ କାରବାର ଆଧାରରେ ସେମାନଙ୍କ ବର୍ଗୀକରଣ କରାଯାଇଛି।

14/05/2020

Leave a Reply

Your email address will not be published. Required fields are marked *

Comments