Bikash Khabar
କରୋନା ର ମାଡ଼,ଦେଶର ବିକାଶ ହାର ୨୩.୯% କମିଲା

କରୋନା ଶକ୍ତ ପ୍ରହାରରେ ଦେଶର ଅର୍ଥନୀତି ବେଶ ପ୍ରଭାବିତ ହୋଇଛି କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ଚଳିତ ଆର୍ଥିକ ବର୍ଷ ପ୍ରଥମ ତିନି ମାସ (ଏପ୍ରିଲ୍-ଜୁନ୍‌) ଅଭିବୃଦ୍ଧି ତଥ୍ୟରେ ଏହା ସ୍ପଷ୍ଟ ପ୍ରତିଫଳିତ ହୋଇଛି। ଏହି ତିନି ମାସରେ ଅଭିବୃଦ୍ଧି ୨୩. ପ୍ରତିଶତ ହ୍ରାସ ପାଇଛି। ୧୯୯୬ରେ ସରକାର ଜିଡିପି ତଥ୍ୟ ଜାରି କରିବା ପ୍ରକ୍ରିୟା ଆରମ୍ଭ କରିବା ପରଠାରୁ ଅର୍ଥନୀତିର ଏହା ସବୁଠୁ ଖରାପ ସ୍ଥିତି ବୋଲି କୁହାଯାଉଛି। ଲକ୍ଡାଉନ୍ ସମୟରେ ଶିଳ୍ପ କାରଖାନା ବନ୍ଦ ହୋଇଥିବା ବେଳେ କୋଟି କୋଟି ଲୋକ ଜୀବିକା ହରାଇ ହନ୍ତସନ୍ତ ହେଉଛନ୍ତି। ଅଭିବୃଦ୍ଧି ହାର ୨୩. ପ୍ରତିଶତ ହ୍ରାସ ପାଇଥିବାରୁ ଭାରତୀୟ ଅର୍ଥନୀତି ଗଭୀର ମାନ୍ଦାବସ୍ଥା କବଳରେ ପଡ଼ିଥିବା ଆଶଙ୍କା କରାଯାଉଛି। କରୋନା ସଂକ୍ରମଣ ଜାରି ରହିଥିବାରୁ ଆଗକୁ ମଧ୍ୟ ଏହାର ପ୍ରଭାବ ଜାରି ରହିବ। କ୍ରମାଗତ ଛଅ ମାସ ପାଇଁ ଅଭିବୃଦ୍ଧିରେ ବଡ଼ ଧରଣର ହ୍ରାସ ଘଟିଲେ ତାହା ମାନ୍ଦାବସ୍ଥା କବଳରେ ପଡ଼ିଛି ବୋଲି ବିଚାର କରାଯାଏ। ଆର୍ଥିକ ସେବା କ୍ଷେତ୍ରର ଅଭିବୃଦ୍ଧି ହାର ଗତବର୍ଷର ଏପ୍ରିଲ୍-ଜୁନ୍ତୁଳନାରେ . ପ୍ରତିଶତ ହ୍ରାସ ପାଇଛି। ମାନୁଫାକ୍ଚରିଂ ନିର୍ମାଣ କ୍ଷେତ୍ରର ଅଭିବୃଦ୍ଧି ହାର ୩୯. ପ୍ରତିଶତ କମିଛି। ଏହି ସମୟରେ ଏକମାତ୍ର ଭଲ ଖବର ହେଉଛି, କୃଷି କ୍ଷେତ୍ରର ଅଭିବୃଦ୍ଧି ହାର . ପ୍ରତିଶତ ହୋଇଛି। ପରିସଂଖ୍ୟାନ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ କରୋନା ମୁକାବିଲା ପାଇଁ ଲାଗୁ କରାଯାଇଥିବା ବିଭିନ୍ନ ପ୍ରକାର କଟକଣାକୁ ଧୀରେ ଧୀରେ ପ୍ରତ୍ୟାହାର କରାଯାଉଛି। ଏହାର ପ୍ରଭାବ ଅର୍ଥନୈତିକ କାର୍ଯ୍ୟକଳାପ ଉପରେ ପଡ଼ିଛି। ଜିଡିପି ହିସାବ ଲାଗି ତଥ୍ୟ ସଂଗ୍ରହ କରିବା ମଧ୍ୟ ଗୁରୁତର ଭାବେ ପ୍ରଭାବିତ ହୋଇଛି। ବିଶେଷ କରି ଶିଳ୍ପ କାରଖାନାରେ ହେଉଥିବା ଉତ୍ପାଦନ ଉପଭୋକ୍ତା ମୁଦ୍ରାସ୍ଫୀତିକୁ ନେଇ ସମସ୍ୟା ରହିଛି। ତେଣୁ, ଜାରି କରାଯାଇଥିବା ଜିଡିପି ତଥ୍ୟରେ ଆଗାମୀ ଦିନରେ ସଂଶୋଧନ ହେବାର ସମ୍ଭାବନା ରହିଛି ବୋଲି କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି। ଗତ ମାର୍ଚ୍ଚ ୨୫ରେ ସରକାର ସାରା ଦେଶରେ ଲକ୍ଡାଉନ୍ ଘୋଷଣା କରିବାରୁ ହଜାର ହଜାର ଲୋକ ଜୀବିକା ହରାଇବା ସହ କର୍ମ କ୍ଷେତ୍ରରେ ସକ୍ରିୟ ଥିବା ଲୋକମାନେ ଘର ଭିତରେ ବାନ୍ଧି ହୋଇ ରହିବାକୁ ବାଧ୍ୟ ହୋଇଥିଲେ। ତାହାର ଦେଶର ଅର୍ଥନୀତିକୁ ଶକ୍ତ ଧକ୍କା ଦେଇଛି।

01/09/2020

Leave a Reply

Your email address will not be published. Required fields are marked *

Comments