Bikash Khabar
ଡ୍ରୋନ ର ହେଲା ପରୀକ୍ଷା ମୂଳକ ଉଡ଼ାଣ, ବିଶୋଧନ, ରକ୍ତ ପରିବହନ ଓ କ୍ଷୟକ୍ଷତିର ଆକଳନ କରିବ ଡ୍ରୋନ୍

ଆକାଶ ମାର୍ଗରେ ରକ୍ତଭଣ୍ଡାରରୁ ରକ୍ତ ପରିବହନ ସାଙ୍ଗକୁ ସଂକ୍ରମିତ ଅଞ୍ଚଳକୁ ବିଶୋଧନ। ତାଲାବନ୍ଦ ସମୟରେ ନିୟମ ମାନୁ ଥିବା ଅମାନିଆଙ୍କୁ ଧରିବାରେ ପୁଲିସକୁ ସହାୟତା କରିବ ଡ୍ରୋନ୍। ତେବେ ଏହାର ପରିଚାଳନା ପାଇଁ ରାଜ୍ୟରେ କେହି ଡ୍ରୋନ୍ ପାଇଲଟ୍ ଥିଲେ। ଫଳରେ ବାହାର ରାଜ୍ୟ ଉପରେ ଓଡ଼ିଶାକୁ ନିର୍ଭର କରିବାକୁ ପଡ଼ୁଥିଲା। ମାତ୍ର ହ୍ୟୁମାନିଟାରିଆନ୍ ଏଡ୍ ଇଣ୍ଟରନାସନାଲ ଜେନ୍ ଏରେସ୍ପେସ୍ ମିଳିତ ଉଦ୍ୟମରେ ରାଜଧାନୀ‌‌ରେ ଡ୍ରୋନ୍ପାଇଲଟ୍ ତାଲିମ୍ପ୍ରଦାନ କରାଯାଇଛି। ଦୀର୍ଘ ୨୫ ଦିନ ଧରି ୧୨ଜଣଙ୍କୁ ଏହି ତାଲିମ୍ଦିଆଯାଇଥିଲା। ଏଥିରେ ୨ଜଣ ମହିଳା ରହିଛନ୍ତି। କ୍ୟାପିଟାଲ ହସ୍ପିଟାଲରେ ଆଜି ଏହାର ପରୀକ୍ଷାମୂଳକ ପରୀକ୍ଷା କରାଯାଇଥିଲା। ସିୱାଇଏସ୍ଡି ପକ୍ଷରୁ ରାଜ୍ୟରେ ପରୀକ୍ଷାମୂଳକ ତାଲିମ କାର୍ଯ୍ୟକ୍ରମରେ ସହାୟତା ପ୍ରଦାନ କରିଛି। କରୋନା ପରିସ୍ଥିତିରେ ଡ୍ରୋନ୍ ଉପାଦେୟତା ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏଭଳି ତାଲିମ କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା। ତାଲିମର ଶେଷ ଦିବସରେ ପ୍ରଶିକ୍ଷାର୍ଥୀମାନେ କ୍ୟାପିଟାଲ ହସ୍ପିଟାଲରେ କାର୍ଯ୍ୟରତ ଡାକ୍ତର, ସ୍ବାସ୍ଥ୍ୟକର୍ମୀ, ପରିମଳ କର୍ମଚାରୀ, ପୁଲିସ ନିରାପତ୍ତା ରକ୍ଷୀଙ୍କ ଭଳି କୋଭିଡ୍ଯୋଦ୍ଧାମାନଙ୍କୁ ଡ୍ରୋନ୍ ଜରିଆରେ ଫୁଲବର୍ଷା କରି ସମ୍ମାନ ଜଣାଇଥିଲେ। ଲୋକମାନଙ୍କ ପାଖରେ ସରକାରଙ୍କ ସୁବିଧା ରିଲିଫ୍ ସହିତ କରୋନା ସଂକ୍ରମଣକୁ ହ୍ରାସ କରିବାରେ ଡ୍ରୋନ୍ ସହାୟକ ହୋଇପାରିବ ବୋଲି ସିୱାଇଏସ୍ଡିର ପ୍ରତିଷ୍ଠାତା ସଦସ୍ୟ  ଜଗଦାନନ୍ଦ କହିଛନ୍ତି।

            

30/05/2020

Leave a Reply

Your email address will not be published. Required fields are marked *

Comments