Bikash Khabar
ଜାନୁଆରିରେ ରାଜଧାନୀରେ ଗଡିବ ଇଲେକ୍ଟ୍ରିକ୍‌ ବସ୍

ଫନି ପରେ ପରେ ମହାମାରୀ କରୋନା ଅଣ୍ଟା ସଳଖ ହୋଇ ଛିଡ଼ା ହେବାକୁ ଚେଷ୍ଟା କରୁଛି ମୋ ବସ୍ ମୋ ବସ୍ ସେବାକୁ ଆଜି ଦୁଇ ବର୍ଷ ପୂରୁଥିବା ବେଳେ ଆଗକୁ ବ୍ୟାପକ କରିବାକୁ ଲକ୍ଷ୍ୟ ରହିଛି। ଜାନୁଆରି ଶେଷ ସୁଦ୍ଧା ଇଲେକ୍ଟ୍ରିକ୍ବସ୍ ଚଳାଇବାକୁ ଲକ୍ଷ୍ୟ ରଖିଛି କ୍ରୁଟ୍(କ୍ୟାପିଟାଲ୍ରିଜିଅନ୍ ଅର୍ବାନ ଟ୍ରାନ୍ସପୋର୍ଟ) ପ୍ରଥମ ପର୍ଯ୍ୟାୟରେ ୨୫ଟି ଇଲେକ୍ଟ୍ରିକ୍ବସ୍ଚାଲିବ। ମାର୍ଚ୍ଚରେ ଆଉ ୨୫ଟି ଇଲେକ୍ଟ୍ରିକ୍ବସ୍ ଚଳାଇବାକୁ ଯୋଜନା ରହିଛି ମିଳିଥିବା ସୂଚନା ଅନୁସାରେ, ଫନି ପରେ ମୋ ବସ୍ସେବା ବାଧାପ୍ରାପ୍ତ ହୋଇଥିଲା। ଏହା ପରେ ଲୋକଙ୍କୁ ସେବା ଯୋଗାଇ ଲୋକପ୍ରିୟତା ହାସଲ କରିଥିଲେ ମୋ ବସ୍। ଫନି ପରେ ମାତ୍ର ୩୦ ହଜାର ଦୈନିକ ଯାତ୍ରୀ ସଂଖ୍ୟା ହେଉଥିବା ବେଳେ ୨୦୧୯ ଅକ୍ଟୋବର ୧୫ ସୁଦ୍ଧା ଦୈନିକ ଯାତ୍ରୀ ସଂଖ୍ୟା ଲକ୍ଷରେ ପହଞ୍ଚିଥିଲା। ଏହା ପରେ ଲକ୍ଷ ୪୦ ହଜାର ଛୁଇଁଥିଲା। କରୋନାର ପ୍ରାରମ୍ଭିକ ପର୍ଯ୍ୟାୟରେ ସେବା ପୂରା ଠପ୍ ହୋଇଯାଇଥିବା ବେଳେ ଏବେ ଦୈନିକ ଯାତ୍ରୀ ସଂଖ୍ୟା ପ୍ରାୟ ୨୬ ହଜାର ରହିଛି।ଚଳିତ ବର୍ଷ ମେ୨୬ରେ ମାତ୍ର ୭ଟି ରୁଟରେ ୪୦ଟି ବସ୍ ସେବା ଆରମ୍ଭ ହୋଇଥିଲା। ଜୁନ୍ ସୁଦ୍ଧା ସେହି ୭ଟି ରୁଟରେ ୬୬ଟି ବସ୍ଚାଲିଥିଲା। ସେପ୍ଟେମ୍ବର ୨୭ରେ ପୁରୀ କୋଣାର୍କ ଦୁଇଟି ରୁଟ୍କୁ ନୂତନ ଭାବେ ବସ୍ସେବା ଆରମ୍ଭ ହୋଇଥିଲା। ଏବେ ସୁଦ୍ଧା ୧୭ଟି ରୁଟ୍ରେ ୧୦୯ଟି ବସ୍ ଚଳାଚଳ କରୁଛି। ପଟିଆ ପାତ୍ରପଡ଼ାରେ ଦୁଇଟି ଅତ୍ୟାଧୁନିକ ବସ୍ ଡିପୋ କରାଯିବ। ଦୁଇଟି ଡିପୋରେ ପ୍ରାୟ ୧୭କୋଟି ଲେଖାଁଏ ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଛି।

06/11/2020

Leave a Reply

Your email address will not be published. Required fields are marked *

Comments