Bikash Khabar
ରାଜ୍ୟ ରେ ପ୍ରଥମ,ମହାମାରୀ ପାଇଁ ଭୂତାଣୁ ବିଜ୍ଞାନରେ ଆରମ୍ଭ ହେଲା ଶିକ୍ଷାଦାନ

କୋଭିଡ୍-୧୯ର ବ୍ୟାପକତା ପଛରେ ଭୂତାଣରୁ ପ୍ରଭାବକୁ ଦୃଷ୍ଟିରେ ରଖି ଓଡ଼ିଶାର ସର୍ବପ୍ରଥମ ଜନସ୍ବାସ୍ଥ୍ୟ ବିଶ୍ବବିଦ୍ୟାଳୟ ଭୂତାଣୁ ବିଜ୍ଞାନରେ ଦୁଇବର୍ଷିଆ ସ୍ନାତକୋତ୍ତର ପାଠ୍ୟକ୍ରମ ଚଳିତ ଶିକ୍ଷାବର୍ଷଠାରୁ ଆରମ୍ଭ କରିଛି। ଏହି ପାଠ୍ୟକ୍ରମ ଓଡ଼ିଶାରେ ପ୍ରଥମ ଦେଶରେ ଦ୍ବିତୀୟ। ଚାରି ସେମିଷ୍ଟାର ବିଶିଷ୍ଟ ଏହି ପାଠ୍ୟକ୍ରମ ନିରନ୍ତର ଶିକ୍ଷା ମୂଲ୍ୟାୟନ ମାଧ୍ୟମରେ ପ୍ରଦାନ କରାଯିବ। ପାଠ୍ୟକ୍ରମରେ ଯୋଗଦାନ କରୁଥିବା ଛାତ୍ରଛାତ୍ରୀଙ୍କୁ ଭୂତାଣୁ ବିଜ୍ଞାନର ବିଭିନ୍ନ ଦିଗ ଯଥା: ରୋଗ, ମହାମାରୀ, ପ୍ରତିଷେଧକ ଟିକା ଆଦି ସମ୍ବନ୍ଧରେ ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ଅଧ୍ୟାପକ, ଅଧ୍ୟାପିକାଙ୍କ ଦ୍ବାରା ଶିକ୍ଷାଦାନ କରାଯିବ। ଭୂତାଣୁ ପରୀକ୍ଷଣ ପାଇଁ ମଧ୍ୟ ଆବଶ୍ୟକୀୟ ଉପକରଣ ସହିତ ସୁସଜ୍ଜିତ ଗବେଷଣାଗାର ସ୍ଥାପନ କରାଯାଇଛି। ବିଶ୍ବବିଦ୍ୟାଳୟ ପରିସରେ ଜୈବ ନିରାପତ୍ତା- ବା ବାଇଓସେଫ୍ଟି ଲେଭେଲ୍‌- ଉପଲବ୍ଧ ଅଛି, ଯେଉଁଠାରେ ଭୂତାଣୁ ସଂକ୍ରମିତ ରକ୍ତ, କଫ, ମଳ, ମୂତ୍ର ଜୀବକୋଷ ଆଦିର ପରୀକ୍ଷଣ ବିଶ୍ଲେଷଣ କରାଯାଉଛି।ଏଆଇପିଏଚ୍ବିଶ୍ବବିଦ୍ୟାଳୟରେ ନିୟମିତ ଭାବରେ ବିଭିନ୍ନ ସ୍ନାତକୋତ୍ତର ପାଠ୍ୟକ୍ରମ ଯଥା: ଜୀବବିଜ୍ଞାନ, ଅଣୁଜୀବ, ପ୍ରାଣୀ ଉଦ୍ଭିଦ ବିଜ୍ଞାନ, ଜନସ୍ବାସ୍ଥ୍ୟ ଫିଜିଓଥେରାପି ରହିଛି। ଭୂତାଣୁ ବିଜ୍ଞାନ ଏଥିରେ ସଂଲଗ୍ନ ହେବା ସହିତ ଏହାର ଛାତ୍ରଛାତ୍ରୀଙ୍କ ଦକ୍ଷତା ବୃଦ୍ଧି ପାଇଁ ବିଭିନ୍ନ କୌଶଳ ଯୋଜନା କରାଯାଇଛି। ଯେମିତିକି, ମାସିକ ପାଠଚକ୍ର, ବୈଷୟିକ ତାଲିମ୍ଇତ୍ୟାଦି। ସ୍ନାତକୋତ୍ତର ପାଠ୍ୟକ୍ରମରେ ଉତ୍ତୀର୍ଣ୍ଣ ହେଉଥିବା ଛାତ୍ରଛାତ୍ରୀ ଭୂତାଣୁଜନିତ ମହାମାରୀ ପରିସ୍ଥିତିକୁ ନିୟନ୍ତ୍ରଣ କରିବାରେ ସକ୍ଷମ ହୋଇପାରିବେ। ଏଥିସହିତ, ଛାତ୍ରଛାତ୍ରୀମାନେ ଶିକ୍ଷାପ୍ରାପ୍ତ ପରେ ଦେଶର ବିଭିନ୍ନ ଖ୍ୟାତିସମ୍ପନ୍ନ କର୍ମସଂସ୍ଥାନରେ ନିଯୁକ୍ତି ପାଇପାରିବେ ବୋଲି ବିଶ୍ବବିଦ୍ୟାଳୟ ପକ୍ଷରୁ କୁହାଯାଇଛି।

11/10/2020

Leave a Reply

Your email address will not be published. Required fields are marked *

Comments