Bikash Khabar
ଖୁସି ଖବର,ରାଜ୍ୟର ୧୪ ବର୍ଷରୁ କମ ବୟସର ସମସ୍ତ ୨୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି

ଶିଶୁମାନେ କରୋନା ଭାଇରସକୁ ଭଲ ମୁକାବିଲା କରିପାରୁଛନ୍ତି ଓଡ଼ିଶାରେ ଏହା ପ୍ରମାଣିତ ହୋଇଛି ରାଜ୍ୟରେ ବିଗତ ଦିନରେ ୨୦ ଜଣ ଶିଶୁ କରୋନା ଭାଇରସ ସଂକ୍ରମଣର ଶିକାର ହୋଇଥିଲେ ଏମାନଙ୍କର ବୟସ ୧୪ବର୍ଷରୁ କମ ଥିଲା କିନ୍ତୁ ଏବେ ଏମାନେ ସଂପୂର୍ଣ୍ଣ ରୂପେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ରାଜ୍ୟ କୋଭିଡ-୧୯ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ ଏହି ସୂଚନା ଦେଇଛନ୍ତି ସ୍ଥାନୀୟ ଗୀତ ଗୋବିନ୍ଦ ସଦନରେ କୋଭିଡ-୧୯ ମୁଖ୍ୟ ମୁଖପାତ୍ର ଶ୍ରୀ ବାଗଚୀ କହିଛନ୍ତି, ଆମେରିକାରେ ଭାରତ ତୁଳନାରେ କରୋନା ଭାଇରସ ୧୭ ଗୁଣ ଅଧିକ ସେହିପରି ସିଙ୍ଗାପୁରରେ ମଧ୍ୟ ସ୍ଥିତି ଉଦବେଗ ଜନକ ବୋଲି ସେ କହିଛନ୍ତି ରାଜ୍ୟ ସରକାର ବିଦେଶରୁ ଶିକ୍ଷା ଗ୍ରହଣ କରି ରାଜ୍ୟରେ ସ୍ୱତନ୍ତ୍ର କୋଭିଡ-୧୯ ହସ୍ପିଟାଲର ପରିକଳ୍ପନା କରିଥିଲେ ଏଥିରୁ ରାଜ୍ୟବାସୀଙ୍କୁ ଉପକାର ମିଳିଛି ସେ କହିଛନ୍ତି, ମାସ ତଳେ ଇଟାଲୀରେ କରୋନା ଭାଇରସ ବଡ଼ ପ୍ରଭାବ ପକାଇଥିଲା ସେହି ଦିନଠାରୁ ଏଯାଏଁ ଇଟାଲୀରେ କରୋନା ଭାଇରସ ଯୋଗୁଁ ୩୧ ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି ସମଗ୍ର ବିଶ୍ୱରେ କରୋନା ଭାଇରସ ଯୋଗୁଁ ଲକ୍ଷ ଲୋକଙ୍କର ଜୀବନ ଯାଇଛି ଇଟାଲୀରେ ସାଧାରଣ ହସ୍ପିଟାଲରେ କୋଭିଡ-୧୯ ରୋଗୀଙ୍କୁ ଭର୍ତ୍ତି କରାଯାଇଥିଲା

 

16/05/2020

Leave a Reply

Your email address will not be published. Required fields are marked *

Comments