Bikash Khabar
ଭ୍ରାମ୍ୟମାଣ ଏଟିଏମ୍ବ ପାଇଁ ବ୍ୟାଙ୍କ ଗୁଡିକୁ କହିଲେ ସରକାର

ପ୍ରାୟ ପ୍ରତିବର୍ଷ ରାଜ୍ୟ ପ୍ରାକୃତିକ ବିପର୍ଯ୍ୟୟ ସାମ୍ନା କରୁଛି। ସେହି ସମୟରେ ଲୋକମାନେ ବ୍ୟାଙ୍କିଙ୍ଗ ସେବା ପାଇବାରେ ଅସୁବିଧା ଭୋଗୁଛନ୍ତି। ବିଶେଷ କରି ଟଙ୍କା ଉଠାଣକୁ ନେଇ ସମସ୍ୟା ରହୁଛି। ସେହି ସମସ୍ୟାର ସମାଧାନ ଲାଗି ବ୍ୟାଙ୍କଗୁଡ଼ିକ ନିଜ ପାଖରେ ସ୍ବତନ୍ତ୍ର ଭାବେ କିଛି ପରିମାଣର ଭ୍ରାମ୍ୟମାଣ ଏଟିଏମ୍ ରଖିବାର ଆବଶ୍ୟକତା ରହିଛି ବୋଲି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଛନ୍ତି। ଆଜି ଭିଡିଓ କନଫରେନ୍ସିଂ ଜରିଆରେ ଲୋକସେବା ଭବନରେ ଅନୁଷ୍ଠିତ ୧୫୮ତମ ୧୫୯ତମ ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟି (ଏସ୍ଏଲ୍ବିସି) ବୈଠକରେ ଯୋଗ ଦେଇ ସେ କହିଛନ୍ତି, ବ୍ୟାଙ୍କଗୁଡ଼ିକ ଏଭଳି ଭ୍ରାମ୍ୟମାଣ ଏଟିଏମ୍ ବ୍ୟବସ୍ଥା କରିବା ଦରକାର ଯେଉଁଥିରେ ଆଧାରକୁ ପ୍ରମାଣ ଭାବେ ବ୍ୟବହାର କରାଯାଇପାରିବ। ଏହା ହେଲେ ବିଭିନ୍ନ ସଙ୍କଟମୟ ସ୍ଥିତିରେ ଲୋକମାନେ ସୁବିଧାରେ ଟଙ୍କା ଉଠାଇପାରିବେ। ବୈଠକରେ ସାମିଲ ହୋଇଥିବା ଅର୍ଥ ବିଭାଗର ପ୍ରମୁଖ ସଚିବଅଶୋକ କୁମାର ମିନା ମଧ୍ୟ ଶ୍ରୀ ପୂଜାରୀଙ୍କ ପ୍ରସ୍ତାବକୁ ସମର୍ଥନ କରିଛନ୍ତି। ପ୍ରତି ବ୍ୟାଙ୍କ ତିନିଟି ଲେଖାଏଁ ଭ୍ରାମ୍ୟମାଣ ଏଟିଏମ୍ ରଖିବେ। ସେଗୁଡ଼ିକ ସାଧାରଣ ଏବଂ ଅସାଧାରଣ ପରିସ୍ଥିତିରେ ଜନସାଧାରଣଙ୍କୁ ସେବା ଯୋଗାଇ ଦେବା ଲାଗି ମୂତୟନ କରାଯିବା ଦରକାର ବୋଲି ସେ କହିଛନ୍ତି। ଋଣ ପ୍ରଦାନ ବେଳେ କୃଷି ଆନୁଷଙ୍ଗିକ କ୍ଷେତ୍ର ସହିତ କ୍ଷୁଦ୍ର ମଧ୍ୟମ ଉଦ୍ୟୋଗ (ଏସ୍ଏମ୍)କୁ ପ୍ରାଥମିକତା ଦେବା ଲାଗି ଶ୍ରୀ ପୂଜାରୀ ବ୍ୟାଙ୍କଗୁଡ଼ିକୁ କହିଛନ୍ତି।

29/05/2020

Leave a Reply

Your email address will not be published. Required fields are marked *

Comments