Bikash Khabar
ଦେଶର ୧୦ ପ୍ରାଣୀ ଉଦ୍ୟାନ ହେବ ବିଶ୍ବସ୍ତରୀୟ,ନନ୍ଦନ କାନନ ରହିଛି ସୂଚୀରେ

ବିଶ୍ବର ପ୍ରାଣୀ ଉଦ୍ୟାନ ଆକ୍ବାରିୟମ୍ମଧ୍ୟରେ ସ୍ବର୍ଣ୍ଣ ମାନ୍ୟତା ହାସଲ ପାଇଁ ଦେଶର ୧୦ଟି ପ୍ରାଣୀ ଉଦ୍ୟାନକୁ ପ୍ରସ୍ତୁତ କରାଯିବ। ସେଗୁଡ଼ିକ କିଭଳି ବାହାର ଦେଶର ଚିଡ଼ିଆଖାନା ସହ ସମତୁଲ ହୋଇପାରିବ, ସେଥିପାଇଁ ଭିତ୍ତିଭୂମି ବିକାଶ ହେବ। ଏଥିସହ ପର୍ଯ୍ୟଟକ ଉପଯୋଗୀ କରିବାକୁ ବି ଲକ୍ଷ୍ୟ ରଖାଯାଇଛି। ଦେଶର ଦ୍ବିତୀୟ ବୃହତ୍ତମ ତଥା ଓଡ଼ିଶାର ବିଶାଳ ପ୍ରାଣୀଉଦ୍ୟାନ ନନ୍ଦନକାନନଏହି ୧୦ଟି ତାଲିକାରେ ସ୍ଥାନ ପାଇଛି। ଆସନ୍ତା ମାସ ମଧ୍ୟରେ କେନ୍ଦ୍ରୀୟ ପ୍ରତିନିଧିଦଳ ପ୍ରାଣୀ ଉଦ୍ୟାନଗୁଡ଼ିକୁ ଆସି ଭିତ୍ତିଭୂମି ଯାଞ୍ଚ କରିବେ ଭବିଷ୍ୟତ ପାଇଁ ପରାମର୍ଶ ଦେବେ। ଏନେଇ କେନ୍ଦ୍ରୀୟ ଚିଡ଼ିଆଖାନା କର୍ତ୍ତୃପକ୍ଷ(ସିଜେଡ୍)ଙ୍କ ପକ୍ଷରୁ ଭର୍ଚୁଆଲ ବୈଠକ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ଆଲୋଚନାଶେଷ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ନନ୍ଦନକାନନ ସମେତ ଗୌହାଟୀ ପ୍ରାଣୀଉଦ୍ୟାନ, ମହୀଶୂର ପ୍ରାଣୀ ଉଦ୍ୟାନ, ଚେନ୍ନାଇ ଅରିଗନାର ଆନ୍ନା ପ୍ରାଣୀ ଉଦ୍ୟାନ, ଚଣ୍ଡୀଗଡ଼ସ୍ଥିତ ଛତାବିର ପ୍ରାଣୀ ଉଦ୍ୟାନ, ବିଶାଖାପାଟଣାସ୍ଥିତ ଇନ୍ଦିରା ଗାନ୍ଧୀ ପ୍ରାଣୀ ଉଦ୍ୟାନ, ହାଇଦ୍ରାବାଦସ୍ଥିତ ନେହରୁ ପ୍ରାଣୀ ଉଦ୍ୟାନ ପ୍ରମୁଖକୁ ବିଶ୍ବସ୍ତରୀୟ କରିବାକୁ ଯୋଜନା ପ୍ରସ୍ତୁତ ହେଉଛି।

02/10/2020

Leave a Reply

Your email address will not be published. Required fields are marked *

Comments