Bikash Khabar
ପ୍ରଭାବ-ଭିତ୍ତିକ ବାତ୍ୟା ସତର୍କତା’ ଦିଗରେ ପାଣିପାଗ ବିଭାଗ ର ଉଦ୍ୟମ

ବାତ୍ୟାଜନିତ ଆର୍ଥିକ କ୍ଷତି ଏବଂ ସମ୍ପଦ କ୍ଷତିକୁ ସର୍ବନିମ୍ନ ସ୍ତରରେ ରଖିବା ନିମନ୍ତେ ଖୁବ୍‌ଶୀଘ୍ର ଭାରତୀୟ ପାଣିପାଗ ବିଭାଗ ଏକ ନୂଆ ବ୍ୟବସ୍ଥା ‘ପ୍ରଭାବ ଭିତ୍ତିକ ବାତ୍ୟା ସତର୍କ’ ସୂଚନା ଜାରି କରିବଏହାଦ୍ୱାରା ଜିଲ୍ଲା ସ୍ତରରେ ବାତ୍ୟାର ଭବିଷ୍ୟତବାଣୀ ମଧ୍ୟ କରାଯାଇପାରିବଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ଏହି ସୂଚନା ଦେଇଛନ୍ତିମହାନିର୍ଦ୍ଦେଶକ ଶ୍ରୀ ମହାପାତ୍ରଙ୍କ ସୂଚନା ଅନୁସାରେ, ‘ପ୍ରଭାବ ଭିତ୍ତିକ ବାତ୍ୟା’ ସତର୍କତା ଜାରି ହେବା ଦ୍ୱାରା ଜିଲ୍ଲାର ନିର୍ଦ୍ଦିଷ୍ଟ କେଉଁ ସ୍ଥାନ ପ୍ରତି ବିପଦ ରହିଛି ତାହା ଜାଣି ହେବଏଥିସହିତ, ସ୍ଥାନୀୟ ଲୋକଙ୍କ ସହିତ ଭିତ୍ତିଭୂମି, ଜନବସତି, ବ୍ୟବହୃତ ଜମି ଓ ଅନ୍ୟାନ୍ୟ ଜିନିଷପତ୍ର କେତେ ପରିମାଣରେ ପ୍ରଭାବିତ ହେବ, ତାହାର ମଧ୍ୟ ସୂଚନା ମିଳିପାରିବଫଳସ୍ୱରୂପ, ସମ୍ପୃକ୍ତ ଜିଲ୍ଲାର ସମସ୍ତ ବିପର୍ଯ୍ୟୟ ପ୍ରଶମନ ସଂସ୍ଥାମାନେ ଉପଲବ୍ଧ କାଟୋଗ୍ରାଫିକ୍, ଜିଓଲୋଜିକାଲ ଏବଂ ହାଇଡ୍ରୋଲୋଜିକାଲ ଡାଟା ବ୍ୟବହାର କରି ତଦନୁଯାୟୀ ପ୍ରସ୍ତୁତ ହୋଇପାରିବେଏବଂ, ଏହାଦ୍ବାରା କ୍ଷତି ପରିମାଣ ସର୍ବନିମ୍ନ କରାଯାଇପାରିବଗୋଟିଏ ପଟେ ଦେଶର ଅର୍ଥନୀତି ଏବେ ବୃଦ୍ଧି ପାଉଥିବାବେଳେ ସମ୍ପତ୍ତି ଓ ଭିତ୍ତିଭୂମି ନଷ୍ଟ ହେଉଥିବା ଯୋଗୁ ଆର୍ଥିକ କ୍ଷତି ଘଟୁଛିପ୍ରଭାବ-ଭିତ୍ତିକ ବାତ୍ୟା ସୂଚନା ଆରମ୍ଭ ହେବା ପରେ ଏହି କ୍ଷତିକୁ ହ୍ରାସ କରାଯାଇପାରିବ ବୋଲି ଶ୍ରୀ ମହାପାତ୍ର କହିଥିଲେଉଲ୍ଲେଖଯୋଗ୍ୟ, ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ରୂପେ ମୃତ୍ୟୁଞ୍ଜୟ ମହାପାତ୍ର ପାଣିପାଗ କ୍ଷେତ୍ରରେ ନୂଆ ଜ୍ଞାନକୌଶଳ ପ୍ରୟୋଗ ଆରମ୍ଭ କରିଆସୁଛନ୍ତି

10/10/2020

Leave a Reply

Your email address will not be published. Required fields are marked *

Comments