Bikash Khabar
ପୋଲିସ କମିସନରଙ୍କ ଚେତାବନୀ,ମାସ୍କ ପିନ୍ଧୁନଥିବା ଲୋକଙ୍କ ଠାରୁ ଆଦାୟ ହେବ ଅଧିକ ଜୋରିମାନା

ଆଗାମୀ ଦିନରେ କରୋନା ଜନିତ ସମସ୍ୟାର ସମାଧାନ ହେବ ନିୟମ ନମାନିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ପୋଲିସ କମିଶନର . ସୁଧାଂଶୁ ଷଢଙ୍ଗୀ ପୋଲିସ କମିଶନର କହିଛନ୍ତି ଯେ, ଏବେସୁଦ୍ଧା ଟ୍ୱିନସିଟିରେ ୧ଲକ୍ଷ ୮୦ ହଜାର ଲୋକଙ୍କଠାରୁ ଫାଇନ୍ ଆଦାୟ କରାଯାଇଛି ଏବେ ଟ୍ୱିନସିଟିରେ କରୋନା ପିକ୍ରେ ଅଛି ଏଭଳି ପରିସ୍ଥିତିରେ ପୋଲିସ ତାର କର୍ତ୍ତବ୍ୟ କରୁଛି ଭୁବନେଶ୍ୱରରେ ଏବେ ବିଭିନ୍ନ ଜୋନ୍ କରି କରୋନା ସ୍ଥିତି ନିୟନ୍ତ୍ରଣ କରାଯାଉଛି ଜୀବନଜୀବିକା ଉପରେ ଗୁରୁତ୍ୱ ଦେଇ ପୋଲିସ ତାହାର କାମ କରୁଛି ସେ ଆହୁରି କହିଛନ୍ତି ଯେ, ଲୋକମାନେ ଜାଣିଶୁଣି ଦୋକାନ ଆଗରେ ଭିଡ କରନ୍ତୁ ନାହିଁ ଦୋକାନୀ ଭିଡ ନିୟନ୍ତ୍ରଣ କରିନପାରିଲେ ପୋଲିସକୁ ଜଣାଇବାକୁ ସେ କହିଛନ୍ତି ଅନେକ ଶିକ୍ଷିତ ଲୋକ ମାସ୍କ ପିନ୍ଧୁ ନାହାଁନ୍ତି ନିୟମ ନମାନିଲେ ଜରିମାନା ରାଶି ବୃଦ୍ଧି କରାଯାଇପାରେ ବୋଲି ପୋଲିସ କମିଶନର କହିଛନ୍ତି

17/09/2020

Leave a Reply

Your email address will not be published. Required fields are marked *

Comments