Bikash Khabar
ବଦଳିଲା କ୍ବାରେଣ୍ଟିନ୍ ନିୟମ,୨୧ ନୁହଁ ଏବେ ୧୪ ଦିନ

 ଆଜି ଓଡ଼ିଶା ସରକାର ପ୍ରବାସର ଫେରୁଥିବା ଓଡ଼ିଆଙ୍କ ପାଇଁ କ୍ବାରେଣ୍ଟିନ୍ ନିମୟ ପରିବର୍ତ୍ତନ କରିଛନ୍ତି। ଏବେ ପ୍ରବାସ ଫେରନ୍ତା ଓଡ଼ିଆମାନେ ୧୪ ଦିନିଆ କ୍ବାରେଣ୍ଟିନ୍ରେ ରହିବେ। ସ୍ଥାନୀୟ ସରକାରୀ କର୍ତ୍ତୃପକ୍ଷ ଏବଂ ଜିଲ୍ଲାପାଳମାନେ ଏହାକୁ ପ୍ରଣୟନ କରିବେ। ସଂକ୍ରାନ୍ତରେ ସ୍ବତନ୍ତ୍ର ରିଲିଫ୍ କମିସନର୍ଙ୍କ କାର୍ଯ୍ୟାଳୟରୁ ଜାରି ହୋଇଥିବା ଆଦେଶନାମା ଅନୁସାରେ, ଗ୍ରାମାଞ୍ଚଳକୁ ଆସୁଥିବା ପ୍ରବାସ ଫେରନ୍ତାମାନେ ବାଧ୍ୟତାମୂଳକ ଭାବେ ଦିନ ସରକାରୀ କ୍ବାରେଣ୍ଟିନ୍ରେ ରହିବେ। ଏହା ପରେ ଲକ୍ଷଣ ଥିବା ପ୍ରବାସ ଫେରନ୍ତାମାନେ ଆହୁରି ଦିନ ହୋମ୍ କ୍ବାରେଣ୍ଟିନ୍ରେ ରହିବେ। କିନ୍ତୁ, କାହାଠରୁ ଯଦି କୋଭିଡ୍-୧୯ ସଂକ୍ରମଣ ଆଶଙ୍କା ଥିବ ସ୍ଥାନୀୟ କର୍ତ୍ତୃପକ୍ଷମାନେ ସେମାନଙ୍କର କ୍ବାରେଣ୍ଟିନ୍ ଅବଧି ବଢ଼ାଇ ପାରିବେ। ଯଦି ପ୍ରବାସୀ ଫେରନ୍ତାମାନଙ୍କ ଠାରେ କୌଣସି ଲକ୍ଷଣ ପ୍ରକାଶ ପାଏ, ସେମାନଙ୍କୁ କୋଭିଡ୍ କେୟାର୍ ସେଣ୍ଟର୍/ହସ୍ପିଟାଲ୍କୁ ସ୍ଥାନାନ୍ତର କରାଯିବ। ଏହାଛଡ଼ା ଓଡ଼ିଶା ବାହାରୁ ଆସୁଥିବା ସମସ୍ତ ବ୍ୟକ୍ତି ଓଡ଼ିଶା ସରକାରଙ୍କ ସ୍ବାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ଜାରି କରିଥିବା ଗାଇଡ୍ଲାଇନ୍ ଅନୁସାରେ ବାଧ୍ୟତାମୂଳକ ଭାବେ ୧୪ ଦିନିଆ ହୋମ୍ କ୍ବାରେଣ୍ଟିନ୍ରେ ରହିବେ। ଯଦି କାହାର ଭଳି ସୁବିଧା ଥାଏ, ତେବେ ସେ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ନିର୍ଦେଶମତେ ସରକାରୀ କ୍ବାରେଣ୍ଟିନ୍ରେ ରହିବେ। ଏହାଛଡ଼ା ସରକାରୀ କର୍ମଚାରୀ, ପ୍ରଫେସ୍ନାଲ୍, ବ୍ୟବସାୟୀ ଏବଂ ଅନ୍ୟ କୌଣସି ବ୍ୟକ୍ତି ଯଦି ୭୨ ଘଣ୍ଟା ପାଇଁ ଓଡ଼ିଶା ଆସନ୍ତି, ସେମାନଙ୍କୁ କ୍ବାରେଣ୍ଟିନ୍ରେ ରହିବାକୁ ପଡ଼ିବ ନାହିଁ। ସେହିଭଳି, ସରକାରୀ କର୍ମଚାରୀ, ପ୍ରଫେସ୍ନାଲ୍, ବ୍ୟବସାୟୀ ଏବଂ ଅନ୍ୟ କୌଣସି ବ୍ୟକ୍ତି ଓଡ଼ିଶାରୁ ଅନ୍ୟ କୌଣସି ରାଜ୍ୟକୁ ଯାଇ ଯଦି ୭୨ ଘଣ୍ଟା ମଧ୍ୟରେ ଫେରିଆସନ୍ତି, ତେବେ ସେମାନଙ୍କୁ ମଧ୍ୟ କ୍ବାରେଣ୍ଟିନ୍ରେ ରହିବାକୁ ପଡ଼ିବନାହିଁ। ଏବଂ ନିର୍ଦ୍ଧାରିତ କ୍ବାରେଣ୍ଟିନ୍ ସମୟସୀମା ଅତିବାହିତ କରିସାରିଥିବା କୌଣସି ପ୍ରବାସ ଫେରନ୍ତାଙ୍କୁ ମଧ୍ୟ ଆଉ କ୍ବାରେଣ୍ଟିନ୍ରେ ରହିବେ ନାହିଁ।

24/05/2020

Leave a Reply

Your email address will not be published. Required fields are marked *

Comments