Bikash Khabar
କରୋନା ସଂକ୍ରମଣ ରୋକିବ ରେଳବାଇର ସ୍ବତନ୍ତ୍ର କୋଚ୍

 କରୋନା ଭୂତାଣୁରୁ ଲୋକମାନଙ୍କୁ ସୁରକ୍ଷା ଦେବା ଲାଗି ରେଳବାଇ ପକ୍ଷରୁ ସ୍ବତନ୍ତ୍ର ପୋଷ୍ଟ୍କୋଭିଡ୍କୋଚ୍ବିକଶିତ କରାଯାଇଛି। ଏଥିରେ ସଂକ୍ରମଣ ରୋକିବା ଲାଗି ଅନେକ ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯାଇଛି। ରେଳ ଡବାରେ ଅନେକ ପ୍ରକାର ହ୍ୟାଣ୍ଡ୍ସ୍ଫ୍ରି ସୁବିଧା ରହିଛି। ହାତରେ କୌଣସି ଜିନିଷକୁ ସ୍ପର୍ଶ ନକରି ଅନେକ କାର୍ଯ୍ୟ ହୋଇପାରିବ। ଗୋଡ଼ରେ ଚାପିଦେଲେ ପାଣି ଟ୍ୟାପ୍ ଖୋଲିବ ସାବୁନ ବ୍ୟବହାର କରିବାର ସୁବିଧା ମିଳିବ। ଶୌଚାଳୟର ଦ୍ୱାରଗୁଡିକୁ ଯାତ୍ରୀମାନେ ସହଜରେ ଗୋଡଦ୍ୱାରା ଖୋଲିପାରିବେ। ସେହିଭଳି ପାଇଖାନାର ଫ୍ଲସ୍ଭାଲ୍ ଗୋଡଦ୍ୱାରା ଚାଳିତ ହେବ। ପ୍ରତି କମ୍ପାର୍ଟମେଣ୍ଟ୍ ଦ୍ୱାରକୁ ଆଉ ହାତରେ ଖୋଲି କହୁଣି ସାହାଯ୍ୟରେ ଖୋଲାଯାଇପାରିବ କୋଚ୍ରେ ଥିବା ହ୍ୟାଣ୍ଡରେଲ୍ ଲ୍ୟାଚଗୁଡିକ ଉପରେ ତମ୍ବାର ଆବରଣ ଦିଆଯାଇଛି। ତମ୍ବାର ଜୀବାଣୁନାଶକ ଗୁଣ ଥିବାରୁ ତାହା ସଂସ୍ପର୍ଶରେ ଆସିଲେ କରୋନା ଭୂତାଣୁ ଶୀଘ୍ର ମରିଯାଇଥାନ୍ତି। ନୂଆ କୋଚ୍ରେ ବ୍ୟବହୃତ ଶୀତତାପ ନିୟନ୍ତ୍ରିତ ଯନ୍ତ୍ରରେ ପ୍ଲାଜାମା ବିଶୋଧକ ବ୍ୟବସ୍ଥା କରାଯାଇଛି। ଏହାଦ୍ୱାରା ଶୀତତାପ ଯନ୍ତ୍ରରୁ ବାହାରୁଥିବା ପବନ ଭୂତାଣୁ ଜୀବାଣୁମୁକ୍ତ ହେବା ସହିତ ଡବା ଭିତରର ପରିବେଶକୁ ନିରାପଦ ରଖିଥାଏ। କୋଚ୍ରେ ଟାଇଟାନଅୟମ ଡାଇଅକ୍ସାଇଡ ପ୍ରଲେପର ବ୍ୟବହାର କରାଯାଇଛି ଯାହା ବିଶୋଧକଭାବେ କାର୍ଯ୍ୟକରେ। ଏହାକୁ କୋଚ୍ ଅନେକ ସ୍ଥାନରେ ବ୍ୟବହାର କରାଯିବ।

15/07/2020

Leave a Reply

Your email address will not be published. Required fields are marked *

Comments