Bikash Khabar
ପଣ୍ୟ ପରିବହନରେ ପୂର୍ବତଟ ରେଳପଥର ସଫଳତା

ଅଧିକ ପଣ୍ୟ ପରିବହନର ଲକ୍ଷ୍ୟ ସାଧନରେ ଭାରତୀୟ ରେଳବାଇ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହାସଲ କରିଛି। ଏହି ମାସରେ ଭାରତୀୟ ରେଳବାଇ ୧୦୨.୧୨ ନିୟୁତ ଟନ୍ ପଣ୍ୟ ପରିବହନ କରିଛି, ଯାହାକି ୨୦୧୯ର ସେପ୍ଟେମ୍ବର ମାସ ପଣ୍ୟ ପରିବହନଠାରୁ ୧୩.୫୯ ନିୟୁତ ଟନ୍ ତଥା ୧୫.୩୫ ପ୍ରତିଶତ ଅଧିକ। ୨୦୧୯ ସେପ୍ଟେମ୍ବରରେ ୮୮.୫୩ ନିୟୁତ ଟନ୍ ପଣ୍ୟ ପରିବହନ କରାଯାଇଥିଲା।ଦେଶରେ ସେପ୍ଟେମ୍ବର ମାସର ପଣ୍ୟ ପରିବହନ କ୍ଷେତ୍ରରେ ପୂର୍ବତଟ ରେଳପଥ ଏକ ପ୍ରମୁଖ ଅଂଶ ପ୍ରଦାନ କରିଛି। ଏଥର ପୂର୍ବତଟ ରେଳପଥ ୧୬.୧୬ ନିୟୁତ ଟନ୍ ପଣ୍ୟ ପରିବହନ କରିଛି, ଯାହାକି ୨୦୧୯ ସେପ୍ଟେମ୍ବରଠାରୁ .୫୮ ନିୟୁତ ଟନ୍ ଅଧିକ। କୋଭିଡ୍‌-୧୯ ନିୟମାବଳୀ ପାଳନ କରି ଲକ୍ଡାଉନ୍ସମୟରେ ପୂର୍ବତଟ ରେଳ ପରିସୀମାରେ ଥିବା ଶିଳ୍ପ ଖଣିଜ ୟୁନିଟ୍ଗୁଡ଼ିକରେ ତାଲା ପଡ଼ିବା ସହ କାର୍ଯ୍ୟ ବନ୍ଦ ଏବଂ କମ୍ କର୍ମଜୀବୀ କାର୍ଯ୍ୟ କରିବା ସତ୍ତ୍ବେ ପୂର୍ବତଟ ରେଳପଥ ଏହି ସଫଳତାକୁ ହାସଲ କରିଛି। ଏହି ଉଲ୍ଲେଖନୀୟ ପ୍ରଦର୍ଶନ ଲାଗି ପୂର୍ବତଟ ରେଳପଥ ସେପ୍ଟେମ୍ବରରେ ଦୈନିକ ୮୧୧୪ଟି ୱାଗନ୍ ବ୍ୟବହାର କରିଛି। ଏହା ୨୦୧୯ ସେପ୍ଟେମ୍ବର ତୁଳନାରେ ୭୬୩ଟି ଅଧିକ।

05/10/2020

Leave a Reply

Your email address will not be published. Required fields are marked *

Comments