Bikash Khabar
ତୃତୀୟ ବର୍ଷ ଛାତ୍ର ତିଆରି କଲେ କୋଭିଡ୍‌ ଜୋନ୍‌ ଟ୍ରାକର୍‌ ଆପ୍

 ପୂର୍ବରୁ ଡ୍ରୋନ୍ତିଆରି, କାର୍ଡିଜାଇନ୍ପ୍ରଭୃତି ପ୍ରସ୍ତୁତ କରି ପ୍ରଶଂସିତ ହୋଇଥିବା ପ୍ରଯୁକ୍ତିବିଦ୍ୟା ପ୍ରତିଷ୍ଠାନ(ସୁଇଟ୍‌) ଏବେ ପୁଣିଥରେ ଚର୍ଚ୍ଚାକୁ ଆସିଛି। ଅନୁଷ୍ଠାନର ବିଟେକ୍‌(କମ୍ପ୍ୟୁଟର ସାଇନ୍ସ) ତୃତୀୟ ବର୍ଷ ଛାତ୍ର ପ୍ରଭୁଦତ୍ତ କର ଏବେ ଏଭଳି ଏକ ଆପ୍ତିଆରି କରିଛନ୍ତି ଯାହା କୋଭିଡ୍‌-୧୯ର ଜୋନ୍କୁ ଟ୍ରାକ୍କରିପାରୁଛି। ଆପ୍ ନାଁ ରହିଛି କୋଭିଡ୍‌-୧୯ ଜୋନ୍ଟ୍ରାକର୍ ଏହି ଆପ୍ରେ ସମଗ୍ର ବିଶ୍ବର କୋଭିଡ୍‌-୧୯ ସ୍ଥିତିକୁ ଏକା ସାଙ୍ଗରେ ଦେଖିହେବ। ସରକାରୀ ୱେବ୍ସାଇଟ୍ରେ ତଥ୍ୟ ବଦଳିବା କ୍ଷଣି ଏହି ଆପ୍ଲିକେସନ୍ରେ ମଧ୍ୟ ସୂଚନା ପରିବର୍ତ୍ତନ ହେବ ବୋଲି ପ୍ରଭୁଦତ୍ତ କହିଛନ୍ତି। ମଙ୍ଗଳବାର ଏହି ଆପ୍ନିର୍ମାଣ ଶେଷ ହୋଇଥିବା ସମୟରେ ଖୁବ୍ଶୀଘ୍ର ଗୁଗୁଲ୍ରେ ମଧ୍ୟ ଏହା ଲଞ୍ଚ୍ହେବ ଏହାର ସଫଳ ପରୀକ୍ଷଣଶେଷ ହୋଇଥିବା ପ୍ରଭୂଦତ୍ତ କହିଛନ୍ତି। ପୂର୍ବରୁ ବିଭିନ୍ନ ଚାଟ୍ଆପ୍ତିଆରି କରିଥିବା ଏହି ପ୍ରଫେସନାଲ ୱେବ୍ସାଇଟ୍ଡିଜାଇନର ପ୍ରଭୁଦତ୍ତ ଏହା ତାଙ୍କର ସବୁଠୁ ଉନ୍ନତ ଆପ୍ବୋଲି କହିବା ସହ ଲୋକଙ୍କ ପାଇଁ ଏହା ବେଶ୍ଉପଯୋଗୀ ହେବ ବୋଲି କହିଛନ୍ତି। ଏହି ଟ୍ରାକର୍ମୋବାଇଲ୍ଜିପିଏସ୍ବ୍ୟବସ୍ଥାକୁ ଗ୍ରହଣ କରି ଜୋନ୍ ଷ୍ଟାଟସ୍କଣ ରହିଛି ସେ ନେଇ ଲାଇଭ୍ସୂଚନା ପ୍ରଦାନ କରିବ। ଜଣେ ବ୍ୟକ୍ତି ସମ୍ବଲପୁରରୁ କଟକ ଯାଉଥିଲେ ଅନୁଗୁଳରେ ପହଞ୍ଚିବା ମାତ୍ରେ ସେଠାକାର ଜୋନ୍ରଙ୍ଗ, କଟକରେ ସେଠାକାର ଜୋନ୍ରଙ୍ଗ ଭୁବନେଶ୍ବରରେ ସେଠାକାର ଜୋନ୍ରଙ୍ଗ ଦେଖାଇବ। ଏହି ଆପ୍ସମ୍ପୂର୍ଣ୍ଣ ଭାବେ ସରକାରୀ ୱେବ୍ସାଇଟ୍ ତଥ୍ୟ ଉପରେ ନିର୍ଭରଶୀଳ ଥିବାରୁ ସରକାରୀ ତଥ୍ୟ ପରିବର୍ତ୍ତନ ହେଲେ ଏହି ଟ୍ରାକରରେ ମଧ୍ୟ ଆପେ ଆପେ ତଥ୍ୟ ବଦଳିଯିବ। କେବଳ ଓଡ଼ିଶା ନୁହେଁ ବରଂ ସମଗ୍ର ବିଶ୍ବରେ କୋଭିଡ୍‌-୧୯ର ସ୍ଥିତି ସମ୍ପର୍କରେ ଏହି ଆପ୍ପରିସଂଖ୍ୟାନମୂଳକ ତଥ୍ୟ ପ୍ରଦାନ କରିବ। ଏହି ଆପ୍ ଅନ୍ୟ ବ୍ୟବସ୍ଥା ଭିତରେ ସେଲ୍ ଆୱେର, ହେଲ୍ ଲାଇନ୍, କୋଭିଡ୍‌-୧୯ର ଲକ୍ଷଣ କଣ ରହିଛି, କରୋନା ସଚେତନତା ଭଳି ତଥ୍ୟ ରହିଛି। ଏହି ଆପ୍ତିଆରି କରିବାକୁ ୧୦ ଦିନ ସମୟ ଲାଗିଥିବା ପ୍ରଭୁଦତ୍ତ କହିଛନ୍ତି। ଖୁବ୍ଶୀଘ୍ର ଏହି ଆପ୍ରେ ଅଧିକ ଫିଚର ମଧ୍ୟ ଯୋଡ଼ି ହେବ ବୋଲି ସେ କହିଛନ୍ତି।

29/05/2020

Leave a Reply

Your email address will not be published. Required fields are marked *

Comments