Bikash Khabar
ଦେବୀନଦୀରେ ଭାସି ଯାଉଥିବା ମହିଳାଙ୍କୁ ଦେଢ଼ କିଲୋମିଟର ପହଁରି ଉଦ୍ଧାର କଲେ ଯୁବକ

ଦେବୀନଦୀରେ ଭାସି ଯାଉଥିବା ଜଣେ ମହିଳାଙ୍କୁ ଆଜି ଦେଢ଼ କିଲୋମିଟର ବାଟ ପହଁରି ଉଦ୍ଧାର କରିଛନ୍ତି ଜଣେ ଯୁବକ। ଏହି ଯୁବକ ହେଉଛନ୍ତି ଜଟାଧାରୀ ନାୟକ। ତାଙ୍କ ଏହି ସାହସିକତାକୁ ସମସ୍ତେ ଭୁରି ଭୁରି ପ୍ରଶଂସା କରୁଛନ୍ତି। ଜଗତ୍ସିଂହପୁର ଜିଲ୍ଲା ନାଉଗାଁ ବ୍ଲକ୍ସ୍ଥିତ ବଛାଳୋ ପଞ୍ଚାୟତରେ ଏହି ଘଟଣା ଘଟିଛି ଶୁକ୍ରବାର  ୯ଟା ସମୟର ଘଟଣା। ଦେବୀନଦୀର ବଛାଳୋ ପାଳନ୍ଦୀ ଘାଟ ନିକଟରେ ନଦୀ ମଝିରେ ଏକ ମଣିଷ ମୁଣ୍ତ ଭାସୁଥିବା ଦେଖିଲେ ଜଟାଧାରୀ। ସେ ସଙ୍ଗେସଙ୍ଗେ ନଦୀ ମଧୢକୁ ଡେଇଁ ପହଁରି ପହଁରି ସେଠାରେ ପହଞ୍ଚିଥିଲେ। ନିକଟରେ ପହଞ୍ଚିବା ପରେ ଜଣେ ମହିଳା ଭାସୁଥିବା ସେ ଦେଖିବାକୁ ପାଇଥିଲେ। ସେ ଉକ୍ତ ମହିଳାଙ୍କୁ ଟାଣି ଟାଣି ପ୍ରାୟ ଦେଢ଼ କିଲୋମିଟର ଦୂର ବାଲିପଠାକୁ ଆଣିଥିଲେ ଗ୍ରାମବାସୀଙ୍କୁ ଖବର ଦେଇଥିଲେ। ଖବର ପାଇ ବଛାଳୋ ଗ୍ରାମର ପୁରୁଷ ମହିଳାମାନେ ପହଞ୍ଚି ଉକ୍ତ ମହିଳାଙ୍କ ସେବା କରିଥିଲେ। ଆବଶ୍ୟକୀୟ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଗାଁକୁ ନିଆଯାଇଥିଲା। ମହିଳାଜଣଙ୍କ ଆଳିପିଙ୍ଗଳ ପୁଲାର ଗ୍ରାମର ପ୍ରମିଳା ତରାଇ ତାଙ୍କ ବୟସ ୫୫ ବୋଲି ଜଣାପଡ଼ିଛି। ସେ କେମିତି ନଦୀରେ ଭାସି ଆସିଲେ ତାହା ସ୍ପଷ୍ଟ ହୋଇପାରିନାହିଁ। ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ଜଟାଧାରୀ ତାଙ୍କୁ ଉଦ୍ଧାର କରିବା ସହ ଗ୍ରାମବାସୀଙ୍କ ସହଯୋଗରେ ତାଙ୍କୁ ସୁସ୍ଥ କରାଇ ମହିଳାଙ୍କ ଜୀବନ ବଞ୍ଚାଇଥିବାରୁ ତାଙ୍କୁ ସବୁ ମହଲରେ ପ୍ରଶଂସା କରାଯାଉଛି।

11/07/2020

Leave a Reply

Your email address will not be published. Required fields are marked *

Comments