Bikash Khabar
ବଢ଼ୁଛି ଚୋରି, ପାଳିକରି ଗାଁ’ ଜଗୁଛନ୍ତି ଯୁବଗୋଷ୍ଠୀ

ଜିଲ୍ଲାରେ ବେଳକୁ ବେଳ କରୋନା ସଂକ୍ରମଣ ସଂଖ୍ୟା ବଢିବାରେ ଲାଗିଛି। ଏହାକୁ ପ୍ରତିହତ କରିବା ପାଇଁ ପ୍ରଶାସନ ପକ୍ଷରୁ ଦୀର୍ଘ ୬ମାସ ଧରି ସମସ୍ତ ପୁରପଲ୍ଲୀ, ସହର ବଜାରରେ କଟକଣା ଜାରିରହିଛି। ଏହି ବ୍ୟବସ୍ଥା ଯୋଗୁ ସନ୍ଧ୍ୟା ୭ଟା ବାଜିଲେ ବଜାରଘାଟ ଶୁନ୍ଶାନ୍ ହୋଇଯାଉଛି। ଏହାର ସୁଯୋଗ ନେଇ ଅପରାଧିକ ତତ୍ତ୍ବଙ୍କ ପ୍ରାଦୁର୍ଭାବ ବଢିବାରେ ଲାଗିଛି। ଏହାକୁ ରୋକିବାରେ ପୁଲିସ୍ପ୍ରଶାସନ ବିଫଳ ହୋଇଥିବାରୁ ବେଳକୁ ବେଳ ଚୋରି ସଂଖ୍ୟା ବୃଦ୍ଧିପାଇବାରେ ଲାଗିଛି। ଏଭଳି ବାରମ୍ବାର ଚୋରି ଡକାୟତି ପରିମାଣ ବୃଦ୍ଧିପାଇବା କାରଣରୁ ବାଧ୍ୟ ହୋଇ ଯୁବଗୋଷ୍ଠୀମାନେ ପାଳିକରି ଦୈନିକ ରାତିରେ ଉଜାଗର ହୋଇ ବଜାର ଗାଁ ଜଗୁଥିବା ଦେଖିବାକୁ ମିଳୁଛି ଜଙ୍କିଆ ଥାନା ସିକୋ ଫାଣ୍ତି ଅଞ୍ଚଳରେ। ସୂଚନା ଯୋଗ୍ୟ ଯେ, ଗତ ଅକ୍ଟୋବର ମାସ ୧୦ତାରିଖରେ ସିକୋ ଗ୍ରାମ୍ୟ ବ୍ୟାଙ୍କ ଲୁଟ୍ ଗତ ମାସ ୩୦ ତାରିଖରେ ନୂଆ ଜଗନ୍ନାଥ ସଡ଼କସ୍ଥିତ ହଜ ବଜାରରେ ପ୍ରତାପ କେଶରୀ ଭୋଳଙ୍କ ଭେରାଇଟ୍ ଷ୍ଟୋରର ଗ୍ରିଲ୍ ଭାଙ୍ଗି ଲକ୍ଷାଧିକ ଟଙ୍କାର ସାମଗ୍ରୀ ଲୁଟ୍ ହେବା ସହ ଏହିଭଳି ଭାବରେ ଛୋଟ ବଡ ଲୁଟ୍ଘଟଣା ବୃଦ୍ଧିପାଇବାରେ ଲାଗିଛି। ନେଇ ଅଞ୍ଚଳବାସୀଙ୍କ ପକ୍ଷରୁ ବଜାରର ସୁରକ୍ଷା ପାଇଁ ସ୍ଥାନୀୟ ପୁଲିସ୍ଅଧିକାରୀଙ୍କର ଦୃଷ୍ଟି ଆକର୍ଷଣ କରାଯାଇଥିଲା। ମାତ୍ର ଏହାର କୌଣସି ସୁଫଳ ମିଳି ନଥିଲା। ଫଳରେ ବାଧ୍ୟହୋଇ ନିଜସ୍ବ ଦୋକାନର ସୁରକ୍ଷା ନିମିତ ଜଙ୍କିଆ ଥାନା ସିକୋ ଗ୍ରାମର ଯୁବଗୋଷ୍ଠୀ ହାତରେ ଠେଙ୍ଗା ଟର୍ଚ୍ଚ ଧରି ଗାଁ ବଜାର ଜଗୁଛନ୍ତି।

15/08/2020

Leave a Reply

Your email address will not be published. Required fields are marked *

Comments