Bikash Khabar
ରାଜଧାନୀରେ ଜୋର୍‌ଦାର ହେଲା ଥର୍ମାଲ୍‌ ସ୍କ୍ରିନିଂ

ଯେପରି କୌଣସି ଲୋକ କରୋନା ଆକ୍ରାନ୍ତ ହୋଇଛନ୍ତି ଅଥଚ ପରୀକ୍ଷା କରିନାହାନ୍ତି କିମ୍ବା କାହାର ଥଣ୍ଡା ଜ୍ବର ଲାଗି ରହିଛି କିନ୍ତୁ କରୋନା ଭୟରେ ପରୀକ୍ଷା କରୁନାହାନ୍ତି ସେହିଭଳି ଲୋକଙ୍କୁ ଖୋଜି ବାହାର କରାଯିବ। ପ୍ରତି ଘରକୁ ଘର ବୁଲି ଲୋକଙ୍କର ସ୍ବାସ୍ଥ୍ୟାବସ୍ଥା ବୁଝିବା ସହ ଥର୍ମାଲ୍ସ୍କ୍ରିନିଂ କରିବା ପ୍ରକ୍ରିୟା ଆଜିଠାରୁ ଜୋର୍ଦାର କରାଯାଇଛି। ବସ୍ତିରେ ଅଧିକ ସଂକ୍ରମଣ ବ୍ୟାପୁଥିବାରୁ ବିଏମ୍ସି ପକ୍ଷରୁ ୩୮୦ଟି ଟିମ୍ବସ୍ତି ପାଇଁ ଗଠନ ହୋଇଥିଲା। ୭୦ଟି ଟିମ୍ଅଣବସ୍ତି ଅଞ୍ଚଳରେ ସ୍କ୍ରିନିଂ କରୁଥିଲେ। ହେଲେ ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ବିଏମ୍ସି ପକ୍ଷରୁ ସ୍କ୍ରିନିଂ ପ୍ରକ୍ରିୟାକୁ ତ୍ବରାନ୍ବିତ କରାଯାଇଛି। ଦକ୍ଷିଣ-ପଶ୍ଚିମ ଜୋନ୍ରେ ୪୨ଟି ଲେଖାଏଁ ଟିମ୍ଏବଂ ଦକ୍ଷିଣ-ପୂର୍ବ ଜୋନ୍ରେ ୫୫ଟି ଟିମ୍କୁ ନିୟୋଜିତ କରାଯାଇଛି। ସେମାନେ ସେମାନଙ୍କ ଜୋନ୍ ପ୍ରତ୍ୟେକ ଘରକୁ ଘର ବୁଲି ଥର୍ମାଲ୍ସ୍କ୍ରିନିଂ କରିବେ। ଗୋଟିଏ ଟିମ୍ରେ ଦୁଇ ଜଣ ଆୟୁଷ ଡାକ୍ତର, ମହିଳା ସ୍ବାସ୍ଥ୍ୟକର୍ମୀ କିମ୍ବା ଜଣେ ଶିକ୍ଷକ ଅଛନ୍ତି। ପ୍ରତ୍ୟେକ ଟିମ୍ଥର୍ମାଲ୍ଗନ୍ରେ ଶରୀରର ତାପମାତ୍ରା ମାପିବା ସହ ଅମ୍ଳଜାନ ସ୍ଥିତି ଠିକ୍ଅଛି କି ନାହିଁ ତାହାକୁ ପଲ୍ ଅକ୍ସିମିଟରରେ ମାପୁଛନ୍ତି। ସେମାନେ ଘରକୁ ଘର ବୁଲି ଜ୍ୱର, ଫ୍ଲୁ ଇତ୍ୟାଦି ଲକ୍ଷଣ ଏବଂ ବାହାରୁ ଫେରିଥିବା ବ୍ୟକ୍ତିଙ୍କ ବିବରଣୀ, ଘରେ କୌଣସି ରୋଗରେ ପଡ଼ିଥିବା ବ୍ୟକ୍ତି, ଶିଶୁ ଏବଂ ବୃଦ୍ଧ ବୃଦ୍ଧାଙ୍କ ବାବଦରେ ସୂଚନା ସଂଗ୍ରହ କରୁଛନ୍ତି ଏହାବାଦ୍ଘରର ପୁଙ୍ଖାନୁପୁଙ୍ଖ ବିବରଣୀ ଆଣୁଛନ୍ତି। ଏହା ମଧ୍ୟରେ ନାମ, ବୟସ, ଠିକଣା, ଫୋନ୍ ନମ୍ବର ସଂଗ୍ରହ କରୁଛନ୍ତି।

12/06/2020

Leave a Reply

Your email address will not be published. Required fields are marked *

Comments